କୋଟିପତି ଯନ୍ତ୍ରୀ ଆଶିଷ ଦାସଙ୍କ ଗୁଣୁପୁର ଏକ୍ସିସ ବ୍ୟାଙ୍କରେ ଚଢ଼ାଉ

0
172
କୋଟିପତି

ରିପୋର୍ଟ : ଗୋପୀନାଥ ଗୌଡ଼ 
ଗୁଣୁପୁର, (୨୯/୦୩) : ଆଜି କୌଣସି ସୂତ୍ରରୁ ଖବର ପାଇ ମାଲକାନଗିରି ଭିଜିଲାନ୍ସ ଏବଂ ଜୟପୁର ଭିଜିଲାନ୍ସ ବିଭାଗ ଚାରଦିନ ଧରି ମାଲକାନଗିରି ର କୋଟିପତି ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଆୟ ବହିର୍ଭୁତ ସମ୍ପତି ର ଖୋଳତାଡ଼ କରୁଛି |23ee176a 2e92 4386 b489 45c3b8c9b1f8 କୋଟିପତି ଯନ୍ତ୍ରୀ ଆଶିଷ ଦାସଙ୍କ ଗୁଣୁପୁର ଏକ୍ସିସ ବ୍ୟାଙ୍କରେ ଚଢ଼ାଉ

ତାଙ୍କର ବିଭିନ୍ନ ଜାଗାରୁ ପ୍ରାୟ ପ୍ରାୟ ₹୬ କୋଟି ଟଙ୍କା ର ସମ୍ପତି ଜବତ କରିବା ସହ ୨ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ ପ୍ରାୟ ୧ କୋଟି ୧୫ ଲକ୍ଷ ଟଙ୍କା ଏବଂ ୧ କେଜି ୨ ଶହ ଗ୍ରାମ ସୁନା ଜବତ କରିବା ପରେ ଆଜି କୌଣସି ସୂତ୍ରରୁ ଖବର ପାଇ କୋଟିପତି ଯନ୍ତ୍ରୀ ଆଶିଷ ଦାସଙ୍କ ରାୟଗଡା ଜିଲ୍ଲା ଗୁଣୁପୁର ଏକ୍ସିସ ବ୍ୟାଙ୍କ ରେ ଚଢ଼ାଉ କରି ସେଠାରୁ ୩୮୫ ଗ୍ରାମ ର ସୁନା ଅଳଂକାର ଜବତ କରିଥିବା ଖୋଦ ମାଲକାନଗିରି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି ଚଢ଼ାଉ ବେଳେ କୋଟିପତି ଅଧିକ୍ଷଣ ଯନ୍ତ୍ରୀ ଆଶିଷ ଦାସ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ba2851b1 eb67 4a58 bf03 d22f42e84bcf କୋଟିପତି ଯନ୍ତ୍ରୀ ଆଶିଷ ଦାସଙ୍କ ଗୁଣୁପୁର ଏକ୍ସିସ ବ୍ୟାଙ୍କରେ ଚଢ଼ାଉ

ଏହି ଚଢ଼ାଉ ସମୟରେ ଜୟପୁର ଭିଜିଲାନ୍ସ ଡି ଏସ ପି ଅନନ୍ତ କୁମାର ମଲ୍ଲିକ ଉପସ୍ଥିତ ଥିଲେ । ମାଲକାନଗିରି ଭିଜିଲାନ୍ସ ଡି ଏସ ପି କୌଣସି ତଥ୍ୟ ଦେବାକୁ ଗଣମାଧ୍ୟମ ସାମ୍ନା ରେ ମନା କରିଦେଇଥିଲେ । ତେବେ ଯନ୍ତ୍ରୀ ଆଶିଷ ଦାସଙ୍କର ଆଉ କେଉଁଠି ଏପରି ଆୟ ବହିର୍ଭୁତ ସମ୍ପତ୍ତି ରହିଛି ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଭିଜିଲାନ୍ସ ଡ଼ି ଏସ ପି ସୂଚନା ଦେଇଛନ୍ତି ।