ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ : ୩୨୦କେଜି ମହୁଲ ପୋଚ ଓ ୪୦ ଲିଟର ଦେଶି ରନ୍ଧାମଦ ଜବତ୍

0
271

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୬/୦୮) : ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତ ଇଚ୍ଛାପୁର ଗ୍ରାମ ରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଚଢ଼ାଉ କରି ଗୋଟିଏ ଘରୁ ୩୨୦ କେଜି ମହୁଲ ପୋଚ ଓ ମଦ ପ୍ରସ୍ତୁତି ସରଞ୍ଜାମ ଜବତ୍ କରିଛି |

୪୦ ଲିଟର ଦେଶି ରନ୍ଧାମଦ ମଧ୍ୟ ଜବତ୍ କରିଥିବା ଜଣା ପଡିଛି । ଏଥି ସହିତ ଏହି ଚୋରା ମଦ ପ୍ରସ୍ତୁତି କରିବା ଅଭିଯୋଗରେ ଗ୍ରାମ ର ବୁଲୁ ମିର୍ଦ୍ଧା ନାମକ ଜଣେ ଯୁବକ କୁ ଗିରଫ କରି ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି ।

ଏହି ଚଢ଼ାଉରେ ହରଭଙ୍ଗା ଅବକାରୀ ସବ ଇନ୍ସପେକ୍ଟର ରମେଶ ମହାନ୍ତି, ବୌଦ୍ଧ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ରୂପେଶ ମୁଖୀ ଓ ଷ୍ଟାଫ ଯୋଗଦେଇଥିଲେ । ଅଭିଯୁକ୍ତର ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥବା ଜଣାପଡ଼ିଛି l