ଥାଇରଏଡକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ନିଶ୍ଚୟ ପିଅନ୍ତୁ ଏହି ୩ଟି ଜୁସ୍

0
154
ଥାଇରଏଡକୁ ନିୟନ୍ତ୍ରଣରେ

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୭/୦୬) : ଥାଇରଏଡକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ହେବ । ଏମିତି କିଛି ଜୁସ୍ ଇଛି ଯାହାକୁ ପିଇ ଥାଇରଏଡ କୁ ନିୟନ୍ତ୍ରଣରେ ରଖିପାରିବା ।

ତେବେ ଆସନ୍ତୁ ଜାଣିବା ଏହା କେଉଁ ପ୍ରକାର ର ଜୁସ୍ ଯାହାକୁ ପିଇବା ଦ୍ୱାରା ଥାଇରଏଡକୁ ନିୟନ୍ତ୍ରଣରେ ରଖିପାରିବା । ବିଶ୍ୱାସ କରାଯାଏ ଯେ ଥାଇରଏଡ୍ ଓଜନ ବୃଦ୍ଧି କରାଇଥାଏ । ଅଧିକାଂଶ ଲୋକ ଏହାକୁ ଔଷଧ ଦ୍ୱାରା ନିୟନ୍ତ୍ରଣ କରୁଥିବା କିଛି ଲୋକ ସେମାନଙ୍କର ଖାଦ୍ୟରେ ପରିବର୍ତ୍ତନ କରି ଏହାକୁ ନିୟନ୍ତ୍ରଣ କରିଥାନ୍ତି । ଆପଣ ଏଥିପାଇଁ ଲାଉ ଜୁସ୍ ମଧ୍ୟ ପିଇପାରିବେ । ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏମିତିରେ ତ ଲାଉ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣଙ୍କର ଥାଇରଏଡ୍ ଥାଏ ତେବେ ନିଶ୍ଚିତ ଭାବେ ଆପଣ ଖାଦ୍ୟରେ ଲାଉ ରସ ସାମିଲ କରନ୍ତୁ । ଏହାକୁ ପିଇବା ଦ୍ୱାରା ଥାଇରଏଡ୍ ନିୟନ୍ତ୍ରଣରେ ରହିବାକୁ ଲାଗିଥାଏ ।

ୱାଟରକ୍ରେସ୍‌ ର ରସ ମଧ୍ୟ ଥାଇରଏଡ୍‌କୁ ନିୟନ୍ତ୍ରଣରେ ରଖିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇ କପ୍ ୱାଟରକ୍ରେସ୍‌ ପତ୍ର ଏବଂ ୨ ଟି ସେଓକୁ ଭଲ ଭାବରେ ଧୋଇ କାଟି ଦିଅନ୍ତୁ । ଏହାକୁ ଭଲଭାବେ ମିକ୍ସରରେ ପେଶୀ ଦିଅନ୍ତୁ । ଯଦି ସମ୍ଭବ ତେବେ ଏକ ଚାମଚ ଲେମ୍ବୁ ରସ ମିଶାଇ ତାହାକୁ ସେବନ କରନ୍ତୁ । କୁହାଯାଏ ଯେ ଏହାକୁ ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ ।

ଏହା ବ୍ୟତୀତ ବିଟ୍ ରୁଟ୍ ଏବଂ ଗାଜର ରସ ମଧ୍ୟ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ । ବିଶ୍ୱାସ କରାଯାଏ ଯେ ଏହି ଦୁଇଟି ରସ ଥାଇରଏଡ୍ ପାଇଁ ବହୁତ ଲାଭଦାୟକ । ଏହାକୁ ପିଇବା ଦ୍ୱାରା ଶରୀରରେ ରକ୍ତ ବୃଦ୍ଧି ପାଇଥାଏ ଏବଂ ଆଇରନ୍‌ ର ଅଭାବ ମଧ୍ୟ ପୂରଣ ହୋଇଥାଏ ।