ପୁରୁଷମାନେ ଖାଆନ୍ତୁ ମେଥି ମଞ୍ଜୀ : ଟେଷ୍ଟୋଷ୍ଟିରନ୍‌ ମାତ୍ରା ବଢ଼ିବା ସହିତ ଶରୀରକୁ ମିଳିବ ଅନେକ ଲାଭ

0
191
ପୁରୁଷମାନେ

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୭/୦୬) : ଯଦି ପୁରୁଷମାନେ ତାଙ୍କ ଖାଦ୍ୟାଭ୍ୟାସରେ ମେଥୀ ମଞ୍ଜି ସାମିଲ କରନ୍ତି ତା’ହେଲେ ସେମାନଙ୍କୁ ବହୁତ ଭଲ ଲାଭ ମିଳିବ । ଯେଉଁମାନଙ୍କର ବୈବାହିକ ଜୀବନ ଭଲରେ ବିତୁ ନାହିଁ ସେମାନେ ଏହାକୁ ଖାଇ ପାରିବେ । ଏହାଦ୍ୱାରା ଆପଣଙ୍କୁ ଗୋଟିଏ ନୁହେଁ ବରଂ ଅନେକ ଲାଭ ମିଳିଥାଏ ।

ସବୁଠାରୁ ବଡ଼ କଥା ହେଉଛି ପୁରୁଷମାନେ ଏହାକୁ ଖାଆନ୍ତୁ ଯାହାଦ୍ୱାରା ତାଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ହରମୋନ୍‌ ର ମାତ୍ରା ବଢିଥାଏ । ଆସନ୍ତୁ ଜାଣିବା ଏହା ଛଡ଼ା ମେଥି ମଞ୍ଜି ଖାଇଲେ ଆମ ଶରୀରକୁ ଆଉ କେଉଁ ଲାଭ ମିଳିଥାଏ । ଯେଉଁ ଲୋକମାନଙ୍କର ରକ୍ତ ଶର୍କରା ସ୍ଥର ନିୟନ୍ତ୍ରଣରେ ରହୁ ନାହିଁ ସେମାନେ ଏହାକୁ ନିହାତି ଖାଇବା ଆବଶ୍ୟକ । ଏହା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ । ତେଣୁ ଆପଣ ଏହାକୁ ନିହାତି ଖାଆନ୍ତୁ । ଏହା ସହିତ ମେଥୀ ମଞ୍ଜି ଶରୀରରେ ମାଂସପେଷୀ ମଜବୁତ କରିବାରେ ସାହାଜ୍ୟ କରିଥାଏ ।

ଯେଉଁ ଲୋକମାନେ ଜିମ୍‌ ଯାଆନ୍ତି ସେମାନେ ତାଙ୍କ ଖାଦ୍ୟାଭ୍ୟାସରେ ଏହାକୁ ନିହାତି ସାମିଲ କରିବା ଆବଶ୍ୟକ । ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିବ । ମେଥି ମଞ୍ଜୀ ଖାଇଲେ ଆପଣଙ୍କ ଶରୀରରେ ଶକ୍ତି ବଢ଼ିଥାଏ । ଯେଉଁ ଲୋକମାନଙ୍କର ଶରୀରରେ ଶକ୍ତି କମ୍‌ ଥାଏ ସେମାନେ ଏହାକୁ ଖାଇବା ଅତ୍ୟନ୍ତ ଆବଶ୍ୟକ । ଏହା ଖାଇଲେ ଆପଣଙ୍କ ଶରୀରରେ ଶକ୍ତି କମ୍‌ ହେବ ନାହିଁ ।

ମେଥି ମଞ୍ଜୀ ଖାଇଲେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟିରନ ହରମୋନ୍‌ ର ସ୍ଥର ସନ୍ତୁଳିତ ହୋଇ ରହିଥାଏ । ସୂଚନା ଥାଉକି, ମେଥି ମଞ୍ଜୀରେ ଫୁରଷ୍ଟାନୋଲିକ ସପୋନିୟନ ନାମକ ତତ୍ୱ ଥାଏ ଯାହାକି ଶରୀରରେ ସୁସ୍ଥ ଟେଷ୍ଟୋଷ୍ଟିରନ ସ୍ତରକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।