ଗରମ ଦିନରେ ଦହି ଖାଇବାର ଚମତ୍କାର ଲାଭ

0
166
ଗରମ ଦିନରେ

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୭/୦୬) : ଦହିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ । ସେଥିପାଇଁ ଆପଣଙ୍କ ଖାଦ୍ୟାଭ୍ୟାସରେ ଏହାକୁ ନିହାତି ସାମିଲ କରନ୍ତୁ । ଥଣ୍ଡା ସମୟରେ କିଛି ଲୋକ ଏହାକୁ କମ୍‌ ଖାଆନ୍ତି କିନ୍ତୁ ଏହାକୁ ଗରମ ଦିନରେ ଏହା ଖାଇଲେ କେବଳ ଗୋଟିଏ ନୁହେଁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ ।

ହାଡ଼କୁ ଶକ୍ତ କରିବା ଠାରୁ ଆରମ୍ଭ କରି ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପର୍ଯ୍ୟନ୍ତ ଏହା ଲାଭବାନ ହୋଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଗରମ ଦିନରେ ଦହି ଖାଇଲେ ଆମ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।

ଦହିରେ ଉପକାରୀ ବ୍ୟାକ୍ଟେରିଆ ଥାଆନ୍ତି ଯାହା କେବଳ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇନଥାନ୍ତି ବରଂ ଆମ ଶରୀରରେ ହାଡ଼କୁ ମଧ୍ୟ ଶକ୍ତ କରନ୍ତି । ଏଥିରେ କ୍ୟାଲସିଅମ ଓ ଫସପରସ ଅଧିକ ମାତ୍ରାରେ ଥାଏ । ତେଣୁ ଯେଉଁ ଲୋକମାନେ ତାଙ୍କ ଆଣ୍ଠୁ ଗଣ୍ଠି ବା ହାଡ଼ରେ କଷ୍ଟ ଅନୁଭବ କରନ୍ତି ସେମାନେ ଏହାକୁ ତାଙ୍କ ଖାଦ୍ୟାଭ୍ୟାସରେ ସାମିଲ କରିପାରିବେ ।

ଦହି ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ । ଯେଉଁ ଲୋକମାନେ ଓଜନ କମାଇବା ପାଇଁ ବିଭିନ୍ନ ତରିକା ଆପଣାନ୍ତି ସେମାନେ ତାଙ୍କ ଖାଦ୍ୟାଭ୍ୟାସରେ ଦହିକୁ ନିହାତି ସାମିଲ କରନ୍ତୁ । ତେଣୁ ଆପଣ ଯଦି ଗରମରେ ଦହି ଖାଉଛନ୍ତି ତାହେଲେ ଆପଣଙ୍କ ଶରୀରର ଓଜନ କମ ହେବ । ଯଦି ଆପଣଙ୍କର କୋଲେଷ୍ଟ୍ରଲ ସମସ୍ୟା ଥିବ ତାହା ମଧ୍ୟ ଦୂର ହୋଇଯିବ ।

ଏହା ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କରୋନା ସମୟରେ ଆପଣଙ୍କ ଖଦ୍ୟାଭ୍ୟାସରେ ଏହାକୁ ସାମିଲ ନିହାତି ଜରୁରି । ଦାନ୍ତକୁ ମଜବୁତ କରିବା ପାଇଁ ଦହି ବହୁତ ଲାଭ ଦାୟକ ହୋଇଥାଏ । ଯେଉଁ ଲୋକମାନଙ୍କର ଦାନ୍ତ ବହୁତ କମଜୋର ଥାଏ ସେମାନେ ଏହାକୁ ଖାଆନ୍ତୁ ।

ହଜମକ୍ରୀୟାକୁ ମଜବୁତ କରିବା ପାଇଁ ଏହା ବହୁତ ଉପଯୋଗୀ ହୋଇଥାଏ । କିନ୍ତୁ ଯେଉଁ ଲୋକମାନଙ୍କର ଗ୍ୟାସ ସମସ୍ୟା ରହିଛି ସୋମାନେ ଏହାକୁ ସୀମିତ ମାତ୍ରାରେ ଖାଆନ୍ତୁ ।