ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ଗ୍ରହଣ

0
244

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର, ଲୋଇସିଂହା, (୦୭/୦୮) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡ। ଗ୍ରାମ ରେ ଥିବା ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ ର ନୂତନ ପ୍ରଧାନ ଶିକ୍ଷକ ଭାବେ ଆଜି ଅଶୋକ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶ୍ରୀଯୁକ୍ତ ଅଶୋକ ତ୍ରିପାଠୀ ଏହି ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସାଙ୍ଗ କୁ ଗତ ୧୯୯୦ ମସିହା ରୁ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ । ଶ୍ରୀଯୁକ୍ତ ତ୍ରିପାଠୀ ଙ୍କ ସମୟ ରେ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସଫଳତା ର ସହିତ ପାଳିତ ହୋଇଥିଲା ।

ଜଣେ ସୁଦକ୍ଷ ପ୍ରତିଭା ର ଅଧିକାରୀ ଶ୍ରୀ ଅଶୋକ ତ୍ରିପାଠୀ ରାଜ୍ୟ ଇଂରାଜୀ ଭାଷା ତାଲିମ ପ୍ରତିଷ୍ଠାନ ରୁ ୨୦୦୩ ରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହେବା ସହିତ ତତ୍କାଳୀନ ବିଧାୟକ ଙ୍କ ଠାରୁ ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ ହୋଇଥିଲେ ।