ଗୋ-ସୁରକ୍ଷା ଓ ଗୋ-ଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

0
117
ଗୋ-ସୁରକ୍ଷା ଓ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୨୮/୦୬) : ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବନ୍ୟା ଆଶ୍ରୟ ସ୍ଥଳୀରେ ଗୋ-ସୁରକ୍ଷା ଓ ଗୋ-ଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l

ସୁନ୍ଦରଗଡ଼ ଭୂମିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଓ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ସହାୟତାରେ, ଗ୍ରାମ୍ୟ ବିକାଶ ପରିଷଦ, ଆମଠା ପଡା ଆୟୋଜନରେ ଓ ଓଡିଶା ଗୋ-ସେବା ସମିତି, ପୁରୀ ଓ ଶ୍ରୀ ଗୋ-ବିଜ୍ଞାନ ଫାଉଣ୍ଡେସନ, ଓଡିଶା ମାର୍ଗଦର୍ଶନରେ ଗୋ-ସୁରକ୍ଷା ଓ ଗୋ-ଆଧାରୀତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l

ମାହେଶ୍ୱରୀ ଗୋ-ଶାଳା ଓ ଗ୍ରାମ୍ୟ ବିକାଶ ପରିଷଦ ର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଉ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡା. ପ୍ରଫୁଲ୍ଲ କୁମାର ନାଏକ ଯୋଗଦେଇ ଗୋ-ସୁରକ୍ଷା ଓ ଗୋ-ଆଧାରିତ ଜୀବିକା ଉପରେ ଆଲୋକପାତ କରିଥିଲେ l

ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ. ମନରଞ୍ଜନ ପଣ୍ଡା ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦଜ ଶଶାଙ୍କ ଶେଖର ମିଶ୍ର, କବିରାଜ ହୃଷିକେଷ ଖେତୀ ଯୋଗଦାନ କରିଥିଲେ l ମୁଖ୍ୟ ପ୍ରଶିକ୍ଷିକା ଭାବେ ସୁନ୍ଦରଗଡ଼ ଭୂମିଶ୍ରୀ କୃଷଜ ଉତ୍ପାଦକ କମ୍ପାନୀ ର ନିର୍ଦ୍ଦେଶିକା ତଥା ବିଶିଷ୍ଟ ଗୋ-ସେବିକା ତାରାକାନ୍ତି ପଟେଲ ଯୋଗଦେଇ ପଞ୍ଚଗବ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ତାଲିମ ପ୍ରଦାନ କରିଥିଲେ l ବୌଦ୍ଧ ସହରରେ ପ୍ରତ୍ୟେକ ପରିବାରରୁ ଜଣେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଶ୍ରୀମତୀ ପଟେଲ ପ୍ରତିଶୃତି ଦେଇଥିଲେ l

ମହିଳା ମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଦେଶ ଓ ଦେଶ ବାହାରେ ବିକ୍ରିବାଟା ପାଇଁ କମ୍ପାନୀ ମାନଙ୍କ ସହିତ ସହବନ୍ଧିତ ଥିବାର ସୂଚନା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ମାହେଶ୍ୱରୀ ଗୋଶାଳା ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼, ସଦସ୍ୟ ପପୁନ ଗାଈଗୋରିଆ, ନନ୍ଦନ ଚୌଧୁରୀ ଓ ଏନ ଏ ସି କର୍ମଚାରୀ ମାନେ ସହଯୋଗ କରିଥିଲେ l