ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ

0
112
ମନ୍ତ୍ରୀ ପ୍ରଦୀପ କୁମାର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୮/୬) : ବୌଦ୍ଧ ର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ କରକଳମରେ ଉଦଘାଟିତ ହୋଇଯାଇଛି ।WhatsApp Image 2022 06 28 at 6.07.17 PM ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ

ଏହି ମନ୍ଦିର ର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ସହାୟତା ରାଶି ଯୋଗାଇ ଦେଇଥିବା ବେଳେ ବିଧାୟକ ପାଣ୍ଠି ଓ ବିଭିନ୍ନ ଅନୁଦାନରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମନ୍ଦିର ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା । ଆଜି ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଦ୍ୱାରା ଏହି କାର୍ଯ୍ୟ ର ଉଦ୍ଘାଟନ ହୋଇଯାଇଛି ।

ରାଜାଙ୍କ ସମୟରେ ନିର୍ମିତ ମନ୍ଦିର ର ଉପରି ଭାଗରେ ଅନେକ ଫାଟ ଦେବା ସହିତ ଭିତରେ ପାଣି ଗଳୁଥିବାବେଳେ ଯନ୍ତ୍ରୀମାନଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ମନ୍ଦିର ର ମରାମତି କରାଯାଇଥିଲା । ମନ୍ଦିର ବେଢା ର ଉନ୍ନତିକରଣ ସହିତ, ଏକ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିର ସମ୍ମୁଖ ମଧ୍ୟ ଉନ୍ନତିକରଣ କରାଯାଇଛି । ଅରୁଣ ସ୍ତମ୍ବ ନିକଟରେ ଶ୍ରଦ୍ଧାଳୁମାନଙ୍କ ପାଦ ଧୋଇ ମନ୍ଦିର ପ୍ରବେଶ କରିବା ବ୍ୟବସ୍ଥା କରାଯାଇଛି ।

ସେହିପରି ମନ୍ଦିର ବେଢାରେ ବିଭିନ୍ନ ଦେବାଦେବୀଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ ସହିତ ବିଗ୍ରହ ସ୍ଥାପନ ମଧ୍ୟ କରାଯାଇଥିଲା । ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପନ କରାଯାଇ ମାନ୍ୟବର ମନ୍ତ୍ରୀ ଶ୍ରୀ ଅମାତ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ର ଉଦଘାଟନ କରିବା ସହିତ ଯେଉଁ ଅଧିକାରୀ ଓ କର୍ମକର୍ତ୍ତାମାନେ ଏଥିପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିରନ୍ତର ଉଦ୍ୟମ ଓ ତତ୍କାଳୀନ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଏବଂ ତାଙ୍କର ସହକର୍ମୀ ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ କରାଯାଇ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା । ମନ୍ତ୍ରୀ ଶ୍ରୀଅମାତ ମନ୍ଦିର ଚତୁର୍ପାର୍ଶ୍ୱ ର ବୁଲି ଦେଖିବା ସହିତ କାର୍ଯ୍ୟ ର ପ୍ରଶଂସା କରିଥିଲେ । ଏହି ଅବସରରେ ମନ୍ଦିର ବେଢା ଭିତରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ପାଇଁ ଏକ ମୁକ୍ତିମଣ୍ଡପ ନିର୍ମାଣ କରାଯିବାକୁ ବ୍ରାହ୍ମଣ ସମାଜ ର ସମ୍ପାଦକ ଦେବାଶିଷ ପୁରୋହିତ ମନ୍ତ୍ରୀ ଶ୍ରୀ ଅମାତ ଓ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମନ୍ତ୍ରୀ ଶ୍ରୀ ଅମାତ ସେଥିପାଇଁ ଆବଶ୍ୟକୀୟ ଯାଗା ଚିହ୍ନଟ ପରେ ଅନୁଦାନ ଯୋଗଇଦେବାକୁ ପ୍ରତିଶୃତି ଦେଇଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଉପ ଜିଲ୍ଲପାଳ ସନତ କୁମାର ନାଏକ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ସୂଚାନ ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଅନେକ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ମନ୍ଦିର କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।