ମଲମୁଣ୍ଡା ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

0
121
ମଲମୁଣ୍ଡା ଗ୍ରାମରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୭/୦୬) : ଅଦ୍ୟ ତା ୨୭/୦୬/୨୦୨୨ ଦିନ ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମରେ ଏକ ଦଶ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।WhatsApp Image 2022 06 28 at 6.29.06 PM ମଲମୁଣ୍ଡା ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଉକ୍ତ କାର୍ଯ୍ୟକ୍ରମରେ ମଲମୁଣ୍ଡା ଗ୍ରାମରେ ପଞ୍ଚାୟତ ର ସରପଞ୍ଚ ଶ୍ରୀ ବିଷ୍ଣୁ ପ୍ରସାଦ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ତାଲିମ ଗ୍ରହୀତା ମାନଙ୍କୁ ତାଲିମ କାର୍ଯ୍ୟକ୍ରମକୁ ଭବିଷ୍ୟତରେ ପ୍ରକୃତ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ୩୫ ଜଣ ତାଲିମ ଗ୍ରହୀତା ଆର୍ସେଟି ବଲାଙ୍ଗୀର ଅନୁଷ୍ଠାନକୁ ଆସି ତାଙ୍କର ମାନପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ଆର୍ସେଟି ର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁ ଆର୍ସେଟି ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇ ଥିଲେ ତାଲିମ କୁ କାମରେ ଲଗାଇ ରୋଜଗାର ବୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ ।

ପ୍ରଶିକ୍ଷକ ଶ୍ରୀ ହିମକାନ୍ତ ଶତପଥି ତାଲିମ ଗ୍ରହୀତା ମାନଙ୍କର ଉତ୍ତୋରତ୍ତର ସର୍ବାଙ୍ଗୀନ ଉନ୍ନତି ପାଇଁ ଶୁଭକାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହକାରୀ ସୁଧୀର କୁମାର ବେହେରା ଓ ସାଗରିକ ହୋତା ସହଯୋଗ କରିଥିଲେ । ଅନ୍ତିମ କାର୍ଯ୍ୟକ୍ରମରେ ତାଲିମ ଗ୍ରହୀତା ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।