ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କ କାଶୀନଗର ବ୍ଲକ ଗସ୍ତ

0
193
ଗଜପତି ଜିଲ୍ଲାପାଳ ଶ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୭) : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କ ଆଜି କାଶୀନଗର ଗସ୍ତ ରହିଥିଲା ।

ପ୍ରାପ୍ତ ସୂଚନା ମୁତାବକ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଆଜି କାଶୀନଗର ବ୍ଲକ ର ଖାରଡ଼ା ଠାରେ ଥିବା ଗୁଣ୍ଡ୍ରି ପକ୍ଷୀ ଚାଷ ୟୁନିଟ, କିଦି ଗମ୍ ଠାରେ ଥିବା ଅମୃତ ସରୋବରରେ ମାଛ ଚାଷ, ବୁଦୁରା ଠାରେ ଥିବା ଓ ଫ୍ଲକ ମାଛ ଚାଷ ଇତ୍ୟାଦି ବୁଲି ଦେଖିଥିଲେ । ଏହି ସବୁ ଯୋଜନା ଓଡ଼ିଶା ଜୀବିକା ମିଶନ ଦ୍ଵାରା ପରିଚାଳିତ ହେଉଥିବା ଜଣାପଡିଛି । ଏତଦ୍ ବ୍ୟତୀତ କାଶୀନଗର ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଉଦ୍ଘାଟନ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଲମାନ୍ ଖର୍ସେଲ, ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ବିପିଏମ୍ ସମୀର ପାଢ଼ୀ, ଅତିରିକ୍ତ ତସିଲଦାର ଯୋଗ ଦେଇଥିଲେ । ବୁଦୁରା ପଞ୍ଚାୟତ ର ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଭେଟି ବିଭିନ୍ନ ବିଷୟ ବୁଝିଥିଲେ ଜିଲ୍ଲାପାଳ ଶ୍ରୀ ପଣ୍ଡା ।