ବଜ୍ରପାତରେ ଦିନ ମଜୁରିଆ ର ମୃତ୍ୟୁ

0
136
ବଜ୍ରପାତରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୩୦/୬) : ବିନିକା ଥାନା ଅଧିନସ୍ଥ ଭଣ୍ଡାର ଗ୍ରାମ ର ପଳଉ ଭୋଇ (୪୮) ଦିନ ମଜୁରିଆ ଭାବେ କାମ କରନ୍ତି । ସେ ଚାଷ ଜମିରେ ଧାନ ତଳି ପକାଉଥିଲା ବେଳେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ ।WhatsApp Image 2022 07 01 at 9.38.09 AM ବଜ୍ରପାତରେ ଦିନ ମଜୁରିଆ ର ମୃତ୍ୟୁ

ତାଙ୍କୁ ପରିବାର ଲୋକେ ବିନିକା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଡାକ୍ତର ଦେଖିବା ପରେ ପଳଉ ଭୋଇକୁ ମୃତ ଘୋଷଣା କରିଥିଲେ । ଏ ନେଇ ବିନିକା ଥାନାରେ ପୁଲିସ ଏକ ଅପମୃତ୍ୟୁ ମକଦ୍ଦମା ରୁଜ୍ଜୁ କରିଛି । ବଜ୍ରପାତରେ ମୃତ ପଳଉ ଭୋଇ ର ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକେଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ପତ୍ନୀ ସହ ଦୁଇଟି ଝିଅ ଅଛନ୍ତି । ସେଥି ମଧ୍ୟରୁ ଗୋଟିଏ ଝିଅ ବିବାହିତା ହୋଇଥବା ବେଳେ ସାନ ଝିଅଟି ଦଶମ ଶ୍ରେଣୀରେ ପାଠ ପଢୁଛି । ଯାହା ଫଳରେ ପରିବାରଟା ବେସାହାରା ହୋଇ ପଡ଼ିଛିନ୍ତି ।