ରଥଯାତ୍ରା ପାଳନ ଉପଲକ୍ଷେ ରାୟଗଡ଼ା ସହର ଉତ୍ସବ ମୁଖରିତ

0
496
ରଥଯାତ୍ରା ପାଳନ ଉପଲକ୍ଷେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୫/୦୭) : ରଥଯାତ୍ରା ପାଳନ ଉପଲକ୍ଷେ ରାୟଗଡ଼ା ସହର ଉତ୍ସବ ମୁଖର ହୋଇ ଉଠିଛି । ପ୍ରତ୍ୟକ ଦିନ ହଜାର ହଜାର ଭକ୍ତ ପ୍ରଭୁ କାଳିଆ ସାଆନ୍ତଙ୍କୁ ଦେଖିବା ସକାଳୁ ସଂଧ୍ୟା ଆସୁଥିବା ଦେଖିବାକୁ ମିଳୁଛି ।WhatsApp Image 2022 07 05 at 12.15.25 PM 1 ରଥଯାତ୍ରା ପାଳନ ଉପଲକ୍ଷେ ରାୟଗଡ଼ା ସହର ଉତ୍ସବ ମୁଖରିତ

ଏହି ପରୀପ୍ରେକ୍ଷୀରେ ସଂଧ୍ୟା ଦର୍ଶନ ପରେ ଭକ୍ତଙ୍କୁ ଭକ୍ତି ଭାବରେ ବୁଢ଼ାଇବା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରଥଯାତ୍ରା ପାଳନ ଉପଲକ୍ଷେ ଦୀର୍ଘ ଦୁଇ ବର୍ଷ ଧରି ନିରବୀ ଯାଇଥିବା ଗୁଣ୍ଡିଚା ପରିସର ଆଜି ପୁଣି ଚଳଚଞ୍ଚଳ ହୋଇଉଠିଛି l ଶ୍ରୀଗୁଣ୍ଡିଚା ଯାତ୍ରା ର ଚତୁର୍ଥ ଦିନରେ ରାୟଗଡ଼ା ମାଉସୀ ମାଁ ମନ୍ଦିର ପ୍ରାଙ୍ଗଣରେ ରାୟଗଡ଼ା ଆଜାଦ ହିନ୍ଦ ୟୁଥ ଆସୋସିଏସନ ଭଜନ ମଣ୍ଡଳୀ ସଂଗଠନ ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଠିକ ସନ୍ଧ୍ୟା ଆଳତି ପରେ ପରେ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଯାଇଥିଲା l

କାର୍ଯ୍ୟକ୍ରମଟିର ପରିଚାଳନା କରିଥିଲେ ରାୟଗଡ଼ା ର ସୁନାମ ଧନ୍ୟ ଘୋଷିକା ସୁଶ୍ରୀ ବିଦିଶା ଶତପଥି l ତାଙ୍କର ଶାନ୍ତ ସରଳ ଉପସ୍ଥାପନା ଶୈଳୀ ଦର୍ଶନ ସାରି ଫେରି ଯାଉଥିବା ଭକ୍ତଙ୍କୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ କରିଥିଲା l ଘଡ଼ିଏ ଅଟକି ଯାଉଥିଲେ ଦର୍ଶନ ସାରି ଫେରି ଯାଉଥିବା ଭକ୍ତ ମାନେ ଏହା ସହିତ ସୁନୀଲ, ଗିତ, ପ୍ରଶାନ୍ତ, ଦେବୀ ପ୍ରସାଦ, ପ୍ରଫୁଲ୍ଲ ପରିଡା, ନିହାରିକା, ଅର୍ପିତା ପ୍ରମୁଖ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଙ୍କ ସୁମଧୁର ସ୍ୱରରେ ଜଗନ୍ନାଥ ଙ୍କ ଭଜନ ଗୁଡିକ ଆହୁରି ସୁମଧୁର ହୋଇଥିଲା lWhatsApp Image 2022 07 05 at 12.15.24 PM ରଥଯାତ୍ରା ପାଳନ ଉପଲକ୍ଷେ ରାୟଗଡ଼ା ସହର ଉତ୍ସବ ମୁଖରିତ

ବାଦ୍ୟ ସଂଯୋଜନା କରିଥିଲେ ସମୀର ପଣ୍ଡା, ଜୟନ୍ତ ନାୟକ, ଜିତୁ, ବ୍ୟୋମକେଶ ମହାନ୍ତି, ନିଧି ପ୍ରମୁଖ l କିଛି କ୍ଷଣପାଇଁ ଭକ୍ତ, ଭଗବାନ ଓ ଭଜନ ଯେମିତି ଏକାକାର ହୋଇଯାଇଥିଲା ଶ୍ରୀଗୁଣ୍ଡିଚା ପରିସରରେ l ସନ୍ଧ୍ୟା ଦର୍ଶନ ପାଇଁ ଆସିଥିବା ଭକ୍ତ କିଛି କ୍ଷଣ ପାଇଁ ଅଟକି ଯାଉଥିଲେ ଭଜନ ଶୁଣିବା ପାଇଁ l ଦର୍ଶକଙ୍କ ସୁବିଧା ପାଇଁ ମନ୍ଦିର କମିଟି ତରଫରୁ ଦର୍ଶକ ଙ୍କ ନିମନ୍ତେ ବସିବାର ସୁବିଧା ସହ ଭକ୍ତ ଙ୍କ ଗହଳି କୁ ନିୟନ୍ତ୍ରଣ କରିବା ଏବଂ ସମସ୍ତ ପ୍ରକାର ଅପ୍ରତିକର ଘଟଣାକୁ ଏଡ଼ାଇବା ନିମନ୍ତେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା l