ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସ ପାଳିତ

0
146
ଆଇନସେବା ପ୍ରାଧିକରଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୪/୦୬) : ଗତ ତା-୧୨/୦୬/୨୦୨୨ ରିଖ ରବିବାର ଦିନ ଅପରାହ୍ନ ଘ. ୪.୦୦ ମି ରେ ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଅନଲାଇନ ଜରିଆରେ ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାଏକ, ପ୍ରୋଗ୍ରାମ୍ ଅଫିସର ଶ୍ରୀମତି କାମାକ୍ଷୀ ପାଢ଼ୀ, ସି.ଡବ୍ଲୁ.ସି. ଶ୍ରୀ ରାଜ କିଶୋର ସାହୁ ଙ୍କ ସମେତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପେନାଲ୍ ଓକିଲ, ଷ୍ଟୁଡେଣ୍ଟ ଲିଗାଲ ଲିଟେରେସି କ୍ଲବ ର ଛାତ୍ର ଛାତ୍ରୀ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବିଶ୍ୱ ବାଳ ଶ୍ରମିକ ନିଷେଧ ଦିବସ ପାଳନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ଶିଶୁ ଶ୍ରମିକ ମାନଙ୍କର ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ୍ ଓକିଲ, ଷ୍ଟୁଡେଣ୍ଟ ଲିଗାଲ ଲିଟେରେସି କ୍ଲବ ର ଛାତ୍ର ଛାତ୍ରୀ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତା ର ସହିତ ଶେଷ ହୋଇଛି ।