ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ କୁ ଅନ୍ତରୀଣ ଜାମିନ

0
112
ଚର୍ଚ୍ଚିତ ମମିତା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୫/୦୭) : ବଲାଙ୍ଗୀର ଓ କଳହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ଆଜି ଗୋବିନ୍ଦ ସାହୁକୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଛନ୍ତି ହାଇକୋର୍ଟ ।

ପୁଅ ଏବଂ ପତ୍ନୀଙ୍କ ଅସୁସ୍ଥତାର କାରଣ ଦର୍ଶାଇ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହାଇକୋର୍ଟଙ୍କ ନିକଟରେ ଜାମିନ ଆବେଦନ କରିଥିଲା । ତେବେ ଗୋବିନ୍ଦ ର ଆବେଦନକୁ ଗ୍ରହଣ କରିବା ସହ ମାତ୍ର ଦୁଇ ସପ୍ତାହର ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ ।

ଜାମିନରେ ଯିବାକୁ ହେଲେ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ପଡିବ । ସେ କୌଣସି ପ୍ରମାଣ ନଷ୍ଟ କରିବ ନାହିଁ, ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି କୋର୍ଟ ସର୍ତ୍ତରେ କହିଛନ୍ତି । ପୂର୍ବରୁ ଫେବ୍ରୁଆରୀ ୧୧ ତାରିଖରେ ମମିତା ମେହେର ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କରିଥିଲା ବଲାଙ୍ଗୀର ପୋଲିସ । ବଙ୍ଗୋମୁଣ୍ଡା ଜେ ଏମ ଏଫ ସି (JMFC) କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ନାଁରେ ଚାର୍ଜସିଟ ଦାଖଲ ହୋଇଥିଲା । ୧୨୦ ଦିନ ପୂର୍ବରୁ ବଲାଙ୍ଗୀର ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଥିଲା ।

ସୂଚନା ଥାଉକି, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ର ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ପରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲ ର ନିର୍ମାଣଧୀନ ଖେଳ ପଡିଆରୁ ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ମିଳିଥିଲା । ସେସବୁ ମମିତାଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ୨୦୨୧ ମସିହା ଅକ୍ଟୋବର ୮ ତାରିଖ ଠାରୁ ନିଖୋଜ ଥିଲେ । ପରିବାରଲୋକ ଉକ୍ତ ମାସ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନାରେ ମାମଲା ରୁଜୁ କରିଥିଲେ ।

ରାଜ୍ୟ ର ତଥା ଦେଶ ର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଦୁଇ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମିଳିଥିବା ଜଣା ଯାଇଛି । ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ବଲାଙ୍ଗିର ର ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।

ଗତ ୧୮ ତାରିଖରେ ଖୋଦ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ । କଳାହାଣ୍ଡିରେ ତିନି ଗୋଟି ପୋଲିସ ଟିମ୍ ଚଢାଉ କରିଥିଲା । କଳାହାଣ୍ଡି ର ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ ।

ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଧେକେଲା ଥାନାରେ ଜେରା କରାଯାଇଥିଲା । ଜେସିବି ଡ୍ରାଇଭରଙ୍କ ବୟାନ ଆଧାରରେ ପୋଲିସ ଖେଳପଡିଆ ମାଟି ତଳୁ ମର୍ଡର ମିଷ୍ଟ୍ରିର ସନ୍ଧାନ ମିଳିଥିଲା । ଯଦିଓ ପୋଲିସ କୌଣସି ଅଧିକୃତ ବୟାନ ଜାରି କରିନାହିଁ । ବରଂ ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ଲକ୍ଷେ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ସିନ୍ଧେକେଲା ଥାନା ବୁଢୀପଦର ଗାଁ ର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ଗିରଫ କରିଥିଲା ବଲାଙ୍ଗିର ପୋଲିସ ।