ଅଗଷ୍ଟ ୧୬ ତାରିଖ ମଧ୍ୟରେ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ

0
177

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୦୮) : ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ମାସଟେ ପୁରଣ ହୋଇ ସାରିଲାଣି । ଯୁକ୍ତ ଦୁଇରେ ଆଡମିସନ ପାଇଁ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଥିବା ବେଳେ ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୬ ତାରିଖ ରୁ ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ମାସଟେ ସମୟ ଦିଆଯିବ । ଯୁକ୍ତ ଦୁଇରେ ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ପାଇଁ ଲାବ୍ରୋଟାରି ହେଉଛି ଗୁରୁତ୍ୱପୂର୍ଣ୍ଣ । ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି ବୋଲି ସେ କହିଛନ୍ତି ।

ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା । ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି, ସେମାନେ ଲାବ୍ରୋଟାରି ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, ତାହାର ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ । ସିଟକୁ ନେଇ କୌଣସି ସମସ୍ୟା ହେବନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଏଥର ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହି ପିଲାମାନଙ୍କୁ ମଧ୍ୟ ଯଥେଷ୍ଟ ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଯେଉଁ ଗାଇଡଲାଇନ ନବମ ଶ୍ରେଣୀ ପାଇଁ ମଧ୍ୟ ସମାନ ଗାଇଲାଇନ ବା ଏସଓପି ଅଛି । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଗଷ୍ଟ ୧୬ ତାରିଖରୁ ଆମେ ନବମ ଶ୍ରେଣୀ ଲାଗି ସ୍କୁଲ୍ ଖୋଲାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।