କଫ୍‌ ସିରଫ ବିକ୍ରି କୁ କେନ୍ଦ୍ର କରି ଗଣ୍ଡଗୋଳ : ତିନି ଗୁରୁତର ଆହତ

0
110
କଫ୍‌ ସିରଫ ବିକ୍ରି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୦/୦୭) : ବଲାଙ୍ଗୀର ସହର ର ବରପାଲିପଡା ଠାରେ କଫ୍‌ ସିରଫ ବିକ୍ରି କୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିବା ଜଣା ଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ଗଣ୍ଡଗୋଳରେ ଗୋଟିଏ ପରିବାର ର ୩ ଜଣ ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ତଥା ସେମାନେ ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି । ଗତକାଲି ଦିନ ବେଳା ବରପାଲିପଡା ଠାରେ କଫ୍‌ ସିରଫ ବିକ୍ରି କୁ ନେଇ କୃଷ୍ଣ ଜେନା ତାଙ୍କ ନିଜ ଭାଇ ପ୍ରଶାନ୍ତ ଜେନାଙ୍କୁ ବାରଣ କରିଥିଲେ । ହେଲେ ସେ ଉତ୍ତ୍ୟକ୍ତ ହୋଇ କୃଷ୍ଣ ଜେନା ଓ ତାଙ୍କ ପରିବାର ସଦସ୍ୟ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଆକ୍ରମଣରେ କୃଷ୍ଣ ଜେନାଙ୍କ ପରିବାର ର ୩ ଜଣ ସଦସ୍ୟ ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।