ଜେମାଦେଇପେଣ୍ଠ ମାଁ ମଝିଘରିଆଣି ମନ୍ଦିର କମିଟି ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
112
ଜେମାଦେଇପେଣ୍ଠ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
ରାୟଗଡ଼ା/କଲ୍ୟାଣସିଂହପୁର, ତା: (୧୦/୦୭) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜେମାଦେଇପେଣ୍ଠ ଷ୍ଟେସନ ନିକଟ (ଗୋଡାମ) ଠାରେ ମାଁ ମଝିଘରିଆଣି ମନ୍ଦିର ପରିଚାଳନା କମିଟି ଏବଂ ଭାରତୀୟ ମଜଦୁର ସଂଘ ର ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି lWhatsApp Image 2022 07 11 at 12.21.34 PM ଜେମାଦେଇପେଣ୍ଠ ମାଁ ମଝିଘରିଆଣି ମନ୍ଦିର କମିଟି ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପରିଚାଳନା କମିଟି ର କେ. ରାମବାବୁ, ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ, ସଂଘ ର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂଙ୍କ ନେତୃତ୍ୱରେ ଜେମାଦେଇପେଣ୍ଠ ମାଁ ମଝିଘରିଆଣି ମନ୍ଦିର ଚତୁର୍ପାର୍ଶ୍ୱରେ ବିଭିନ୍ନ ପ୍ରକାର ର ଔଷଧୀୟ ବୃକ୍ଷ ସହ ନଡ଼ିଆ ଗଛ, ବେଲ ଗଛ, ଅଁଳା ଗଛ, ନିମ୍ବ ଗଛ ସହ ବିଭିନ୍ନ ପ୍ରକାର ର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି l

ଏହି ଉପଲକ୍ଷେ ଅତିଥି ଭାବ ଶ୍ରୀ ଯୋଗୀ ଶ୍ରୀ ଚୈତନ୍ୟ ରାମ ସ୍ଵାମୀ ଜି ଏବଂ ସେସଖାଲ ଥାନା ଅଧିକାରୀ ନୀଳାମ୍ବର ଜାନୀ, ବନ ବିଭାଗ ଅଧିକାରୀ, ଜେମାଦେଇପେଣ୍ଠ ସରପଞ୍ଚ ମିତା ପୁଆଲା ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ମନ୍ଦିର ନିର୍ମାଣ ଭଳି ମହତ କାର୍ଯ୍ୟ ସହ ବୃକ୍ଷ ରୋପଣ ଭଳି ପାରିବେଶିକ ବିକାଶ କାର୍ଯ୍ୟ କୁ ମଧ୍ୟ ସାମିଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହା ସହ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ଏବଂ ଦେଶ ଗଠନ ର ବିକାଶ କାର୍ଯ୍ୟ ସହ ମନ୍ଦିର ନିର୍ମାଣ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ମଧ୍ୟ ନିଜର କର୍ତ୍ତବ୍ୟ ଭାବରେ ଗ୍ରହଣ କରିଥିବାରୁ ଭାରତୀୟ ମଜଦୂର ସଘକୁ ଧନ୍ୟବାଦ ଅର୍ପଣ କରିଥିଲେ l

ଉକ୍ତ କାର୍ଯ୍ୟକ୍ରମ କୁ ଏମ. ଗୈାରୀ ଶଙ୍କର ରାଓ, ମୁକୁନ୍ଦ ପିଡିକା, ମୋହନ ରାଓ ମାଝୀ, ପ୍ରଶାନ୍ତ କୁମାର ପାଳ, କେ. ଗୋପିନାଥ ନାଇଡୁ, କିଶୋର କୁମାର ସାହୁ, ଗଣେଶ ସାହୁ, ସନ୍ତୋଷ କୁମାର ଦାଶ, ଶ୍ରୀମତୀ ଉଷାରାଣୀ ଦାଶ, ପରମା ନନ୍ଦ ପ୍ରଧାନ, ରମେଶ କିଲାନା, ଚନ୍ରା ପୁଆଲା ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଚାରୋଟି ଗ୍ରାମର ସହ ସହ ଭକ୍ତ ଯୋଗ ଦେଇଥିଲେ l