ସାମ୍ବାଦିକଙ୍କ ମାତୃ ବିୟୋଗ

0
222
ସାମ୍ବାଦିକଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୩/୭) : ବିନିକା ସହର ଗୌରପଡ଼ା ନିବାସୀ ସାମ୍ବାଦିକ ଦେବବ୍ରତ ପୋଢ଼ଙ୍କ ମାଆ ଜାହ୍ନବୀ ପୋଢ଼ଙ୍କ (୬୧) ଭୁବନେଶ୍ୱର ର ଏକ ଡାକ୍ତରଖାନାରେ ଚିକତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।

ତାଙ୍କ ମର ଶରୀରକୁ ବିନିକା କୁ ଅଣାଯିବା ପରେ ଏଠାରେ ଶୋକ ର ଛାୟା ଖେଳିଯାଇଥିଲା । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ସମୟରେ ସ୍ୱାମୀ- ବାବାଜୀ ପୋଢ଼, ସାନ ପୁଅ ତଥା ଆଇନଜୀବୀ – ବିରେନ୍ଦ୍ର ପୋଢ଼, ଦୁଇ ପୁତ୍ରବଧୁ , ନାତି ନାତୁଣୀ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ମହାନଦୀ ସ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଜ୍ୟେଷ୍ଠ ପୁତ୍ର ତଥା ସାମ୍ବାଦିକ ଦେବବ୍ରତ ପୋଢ଼ ମୁଖାଗ୍ନି ଦେଇଥିଲେ ।