୩ ଡିଗ୍ରୀ କଲେଜରେ ତାଲା, ୧୦ଟି କଲେଜ ର ନାମଲେଖାରେ କଟକଣା

0
241
୩ ଡିଗ୍ରୀ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୧୫/୦୭) : ୨୦୨୨-୨୩ ଶିକ୍ଷା ବର୍ଷରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଯୁକ୍ତ ୩ ଡିଗ୍ରୀ କଲେଜ ବିରୋଧରେ ଉଚ୍ଚ ଶିକ୍ଷା ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ।

ଭିତ୍ତିଭୂମି ଓ ଅଧ୍ୟାପକ ଅଭାବ, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି ନଥିବା ଦର୍ଶାଇ ଚଳିତ ଶିକ୍ଷା ବର୍ଷ ପାଇଁ ୧୦ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି । ଏଥିସହ ୩ ଡିଗ୍ରୀ କଲେଜକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ କଲେଜଗୁଡ଼ିକ ଅଣଅନୁଦାପ୍ରାପ୍ତ ହୋଇଥିବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

କଟକଣା ଲଗାଯାଇଥିବା କଲେଜ ଗୁଡ଼ିକ ମଧ୍ୟରେ ସୋନପୁର ଜିଲ୍ଲାରୁ ସର୍ବାଧିକ ୩ଟି ରହିଛି । ଏହା ବ୍ୟତୀତ ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲା ର ୨ଟି ଲେଖାଏଁ, ଗଞ୍ଜାମ, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା ର ଗୋଟିଏ ଲେଖାଏଁ ଅଣଅନୁଦାନପ୍ରାପ୍ତ କଲେଜ ର ନାମଲେଖା ଉପରେ କଟକଣା ଜାରି ହୋଇଛି ।

ବନ୍ଦ ‌ହୋଇଥିବା କଲେଜ ମଧ୍ୟରେ ଭଦ୍ରକ ଜିଲ୍ଲା ଆରଡି ଠାରେ ଥିବା ଏନ୍‌ଆରଆଇ ଇଣ୍ଟରନ୍ୟାସନାଲ ଡିଗ୍ରି କଲେଜ ଅଫ୍‌ ସା‌ଇନ୍ସ ଆଣ୍ଡ୍‌ କମର୍ସ, କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁରଠାରେ ଥିବା ଶ୍ରୀ ଏଜୁକେସନ ସ୍କଲାର୍ସ ଡିଗ୍ରି ସାଇନ୍ସ କଲେଜ ଓ ନୂଆପଡ଼ାସ୍ଥିତ ଫ୍ୟୁଚର ଟାଇମ୍ସ ଡିଗ୍ରି କଲେଜ । ଛାତ୍ରଛାତ୍ରୀ ଯେପରି ଠକାମି ର ଶିକାର ନ ହେବେ, ତାହାକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ ସାମ୍‌ସ ୱେବସାଇଟ୍‌ରେ କଲେଜ ଗୁଡ଼ିକର ନାମ ତାଲିକା ପ୍ରକାଶ କରିଛନ୍ତି ।

ପିଲାମାନେ ଆବେଦନ କରିବା ସମୟରେ କଲେଜ ନାମଗୁଡ଼ିକୁ ଭଲ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।