ନଈ ସ୍ରୋତରେ ଭାସି ଆସୁଥିବା କାଠ ଖଣ୍ଡ ଆଣିବାକୁ ଯାଇ ଯୁବକ ଙ୍କ ଶୋଚନୀୟ ମୃତ୍ୟୁ

0
124
ନଈ ସ୍ରୋତରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୭/୦୭) : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ବୁଢାବାହାଲ ପଞ୍ଚାୟତ ଧୁମାପାଲି ଗ୍ରାମ ର ଜଣେ ଯୁବକ ନଈ ସ୍ରୋତରେ ଭାସି ଆସୁଥିବା କାଠ ଖଣ୍ଡ ଆଣିବାକୁ ଯାଇ ପାଣିରେ ବୁଡି ତାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ପୁଲିସ ସୂଚନା ଅନୁଯାୟୀ, ଧୁମପାଲି ଗ୍ରାମ ର ଭୀମସେନ ନାଗଙ୍କ ପୁଅ ମନୋଜ ନାଗ (୨୪) ଆଜି ସକାଳୁ ପାଇକସମରା ଗ୍ରାମ ନିକଟରେ ଥିବା ଖର୍ଲିଜୋର ବ୍ରିଜକୁ ଶୌଚ ହେବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ଉକ୍ତ ବ୍ରିଜ ଉପରେ ପାଣି ଆସୁଥିବାବେଳେ ଏକ କାଠ ଖଣ୍ଡ ମଧ୍ୟ ଭାସିଆସୁଥିଲା । ଉକ୍ତ କାଠ ଖଣ୍ଡ କୁ ଆଣିବାକୁ ମନୋଜ ଯାଇଥିବାବେଳେ ନଈ ସ୍ରୋତରେ ଭାସିଯାଇଥିଲେ ।

ଖବର ପାଇବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଇଁନ୍ତଲା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇଥିବା ଓ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।