ଦାଦନ ଖଟିବାକୁ ଯାଉଥିଲେ : ୯ ଶିଶୁ ଶ୍ରମିକ ଉଦ୍ଧାର

0
132
ଦାଦନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋଇଡ଼ା, ସୁନ୍ଦରଗଡ଼, (୨୩/୦୭) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବସ୍‌ ଷ୍ଟାଣ୍ଡରୁ ୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ଏମାନଙ୍କୁ ଉଦ୍ଧାର କରିଛି କୋଇଡ଼ା ପୁଲିସ ।

ଏହି ଶିଶୁମାନଙ୍କ ମଧ୍ୟରୁ ୮ ଜଣ କୋଇଡା ବ୍ଲକ ର ପାଟମୁଣ୍ଡା ପଞ୍ଚାୟତ ଅଞ୍ଚଳ ର ହୋଇଥିବା ବେଳେ ଜଣେ କେନ୍ଦୁଝର ଗୁଆଳି ଅଞ୍ଚଳ ର । ସମସ୍ତଙ୍କ ବୟସ ୧୪ ରୁ ୧୭ ବର୍ଷ ମଧ୍ୟରେ ହେବ । ଏହି ଶିଶୁ ଶ୍ରମିକମାନେ ଗତକାଲି କୋଇଡାରୁ ଭୁବନେଶ୍ୱର ଆସି ସେଠାରୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତେ । ତେବେ ପୁଲିସ ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପିଲାମାନଙ୍କୁ କୋଇଡ଼ା ବସ୍‌ ଷ୍ଟାଣ୍ଡରୁ ଉଦ୍ଧାର କରିଥିଲା ।

ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଦଲାଲ ମାଧ୍ୟମରେ ଏହି ଶିଶୁମାନଙ୍କୁ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯାଉଥିବା ଜଣାଯାଇଛି । ତେବେ ସମ୍ପୃକ୍ତ ଦଲାଲଙ୍କ ଖୋଜ ଖବର ମିଳିପାରି ନାହିଁ । ପୁଲିସ ଘଟଣା ର ତଦନ୍ତ କରୁଛି । କୋଇଡ଼ା ସିଡିପିଓ ମିନତୀ ମହାପାତ୍ର କହିଛନ୍ତି, ୧୮ ବର୍ଷରୁ କମ୍‌ ପିଲାଙ୍କୁ ଦାଦନ ଖଟାଇବା ଆଇନ ବିରୋଧୀ । ଏ ନେଇ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।