ଏଆଇଟିୟୁସି ର ଓଡ଼ିଶାରେ ହୀରକ ଜୟନ୍ତୀ ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

0
132
ଏଆଇଟିୟୁସି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୦୭) : ଭାରତ ବର୍ଷ ର ଲାଲା ଲଜପତରାୟଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଓଡ଼ିଶାରେ ହୀରକ ଜୟନ୍ତୀ ଓ ଓଡ଼ିଶା ଫରେଷ୍ଟଉଡ ଏଗ୍ରୀକଲଚର ଏଣ୍ଡ ବିଲଡଂ କନଷ୍ଟ୍ରକ୍ସନ ୟୁନିଅନ ର ପ୍ରଥମ ବୌଦ୍ଧ ଜିଲ୍ଲା ସମ୍ମିଳନୀ ଆଜି ଛତ୍ରଙ୍ଗ ଠାରେ ଶ୍ରମିକ ନେତା ଭୀମସେନ ଘିବିଲାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏ.ଆଇ.ଓ୍ବାଇ.ଏଫ. ର ସର୍ବ ଭାରତୀୟ ଉପସଭାପତି ଅବକାଶ ସାହୁ, ଏଆଇଟିୟୁସି ର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, କନ୍ଧମାଳ ଜିଲ୍ଲା ଆବାହକ ଶିଶିର ମଲ୍ଲିକ ଭୈରବୀ ବସ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଦିଲ୍ଲିପ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏ.ଆଇ.ଟି.ୟୁ.ସି ର ଗୌରବମୟ ଇତିହାସ ଏବଂ ସମ୍ପ୍ରତି ଶ୍ରମିକଙ୍କ ଉପରେ ଆରମ୍ଭ ହୋଇଥିବା ଆକ୍ରମଣ ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ଦେଖାଯାଇଥିବା ଅଚଳାବସ୍ଥା ବିରୁଦ୍ଧରେ ଲଢେଇକୁ ଯୋରଦାର କରିବା ସହ ଗ୍ରାମାଞ୍ଚଳରୁ ସଙ୍ଗଠନ କୁ ସଙ୍ଗଠିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ପରିଶେଷରେ ଏକ ୧୫ ଜଣିଆ ଜିଲ୍ଲା କମିଟି ଗଠନ ସହ ଏହାର ସଭାପତି ଭାବେ ଜୟନ୍ତ ଦେହୁରୀ, ଉପସଭାପତି ସୁବାଷ ଚନ୍ଦ୍ର ସାହୁ, ସମ୍ପାଦକ ଭାବେ ଭୀମସେନ ଘିବିଲା, ସହସମ୍ପାଦକ ଭାବେ ସ୍ୱାଧୀନ ଭୋକ୍ତା କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସାହୁ ପ୍ରମୁଖ ନିର୍ବାଚିତ ହୋଇଥିଲେ ।