ଓଡ଼ିଶା ପ୍ରତିଭା – ୨୦୨୨ ର ପ୍ରଥମ ଅଡିସନ୍ ଅନୁଷ୍ଠିତ

0
304
ଓଡ଼ିଶା ପ୍ରତିଭା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୫/୭) : ଆଜି ରାୟଗଡ଼ା ଜିଲ୍ଲା ର ଲୁକ୍କାୟିତ ପ୍ରତିଭାଙ୍କ ଅନ୍ଵେଷଣ ଓ ପ୍ରୋତ୍ସାହନ କରିବା ପାଇଁ ମୋଟ ୩୦ ଜଣ ପ୍ରତିଯୋଗୀ ମାନଙ୍କୁ ନେଇ ଗୁଣପୁର ଟାଉନ ହଲ ଠାରେ ଓଡ଼ିଶା ପ୍ରତିଭା – ୨୦୨୨ ର ପ୍ରଥମ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 25 at 11.14.18 AM ଓଡ଼ିଶା ପ୍ରତିଭା - ୨୦୨୨ ର ପ୍ରଥମ ଅଡିସନ୍ ଅନୁଷ୍ଠିତ

ଆଜି ଓଡ଼ିଶା ପ୍ରତିଭା – ୨୦୨୨ ର ପ୍ରଥମ ଅଡିସନ୍ ରେ ରାୟଗଡ଼ା ଜିଲ୍ଲା ର ପ୍ରତ୍ୟେକ ବ୍ଲକ ର ପୁରପଲ୍ଲୀରେ ଲୁଚି ରହିଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ନେଇ ନୃତ୍ୟ, ଗୀତ, ଅଭିନୟ, ଚିତ୍ରକଳା, କମେଡି, ଫୋଟୋଗ୍ରାଫି ଓ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲକ୍ଷ୍ୟ ଥିଲା ଗାଁ ଗଣ୍ଡାରେ ପ୍ରୋତ୍ସାହନ ଅଭାବରୁ ଅକାଳରେ ଝଡି ପଡୁଥିବା କଳାକାର ମାନଙ୍କୁ ଲୋକଲୋତନକୁ ଆଣିବା ।

ଆଜିର ଏହି ପ୍ରଥମ ପ୍ରୟାସରେ ପଦ୍ମପୁର, ଗୁଡ଼ାରୀ, ରାମନାଗୁଡା ଓ ଗୁଣପୁର ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଗୁଣପୁର ଟାଉନ ହଲରେ ଆୟୋଜିତ ଏହି ଇଭେଣ୍ଟକୁ ଆଦର୍ଶ ଶିକ୍ଷକ ବିଦ୍ୟାଳୟ (ଟ୍ରଷ୍ଟ), ରାୟଗଡ଼ା ଦ୍ଵାରା ଆୟୋଜିତ ହୋଇଥିଲା । ଏହି ମେଗା ଇଭେଣ୍ଟକୁ ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ, ଏ ବି ଏସ କେ ପି କଲେଜ ଗୁଣପୁର, ମହାଲକ୍ଷ୍ମୀ ଟ୍ରେଡରସ୍ , ଭବାନୀ ଏଜେନ୍ସୀ, ବି ସି ସି ରାୟଗଡା ଓ ଗ୍ରୀସ ୱ।ରଲ୍ଡ ଗୁଣପୁର ସହଯୋଗ କରିଥିଲେ ।

ଏହି ଅଡିସନକୁ ସମାଜସେବୀ ତଥା ଶିକ୍ଷକ ଵିଜୟ କୁମାର ମେଲାକା ପରିଚାଳନା କରିଥିବା ବେଳେ ପଦ୍ମପୁର ଅଞ୍ଚଳ ର ବରିଷ୍ଠ ଶିକ୍ଷକ ଓ କଣ୍ଠଶିଳ୍ପୀ ଶ୍ରୀ ମନୋଜ କୁମାର ଜେନା ଓ ଏ ବି ଏସ କେ ପି କଲେଜ ଗୁଣପୁରର ପଞ୍ଚାନନ ଚୌଧୁରୀ ସହଯୋଗ କରିଥିଲେ । ଲୁକ୍କାୟିତ ପ୍ରତିଭା ର ଅନ୍ଵେଷଣ ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମଟିକୁ ସ୍ଥାନୀୟ ମିଡିଆ କଭରେଜ କରିଥିବା ବେଳେ ଗୁଣପୁର ପୋଲିସ ପ୍ରଶାସନ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

ପ୍ରଥମ ଥର ପାଇଁ ଆଜି ଓଡ଼ିଶା ପ୍ରତିଭା -୨୦୨୨ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଅଗଷ୍ଟ ମାସରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି । ତେବେ ଆଦର୍ଶ ଶିକ୍ଷକ ବିଦ୍ୟାଳୟ (ଟ୍ରଷ୍ଟ) ରାୟଗଡ଼ା ର ଏହି ପ୍ରୟାସରେ କେତେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିପାରୁଛନ୍ତି ଦେଖିବାକୁ ବାକି ରହିଲା ।