୨ ସପ୍ତାହ ଭିତରେ ୪ ଜଣ ଛାତ୍ରୀଙ୍କ ଆତ୍ମହତ୍ୟା

0
123
୨ ସପ୍ତାହ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚେନ୍ନାଇ, (୨୭/୦୭) : ତାମିଲନାଡ଼ୁରେ ଛାତ୍ରୀଙ୍କ ସିରିଜ୍‌ ଆତ୍ମହତ୍ୟା ଘଟଣା ଚିନ୍ତା ର କାରଣ ପାଲଟିଛି । ଗତ ୨ ସପ୍ତାହ ହେବ ଜଣକ ପରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି ।

ଗତକାଲି ଶିଭକାଶି ଇଲାକାରେ ଜଣେ ଏକାଦଶ ଶ୍ରେଣୀ ର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ତଦନ୍ତ ନହେବା ପୂର୍ବରୁ କିଛି କହିବାକୁ ପୁଲିସ ମନା କରିଦେଇଛି । ଛାତ୍ରୀ ଜଣକ ନିଜ ଘର ଭିତରେ ଝୁଲୁଥବା ବେଳେ ମୃତ ଦେହ ଉଦ୍ଧାର କରାଯାଇଛି । ସେଠାରୁ କୌଣସି ସୁଇସାଡ୍ ନୋଟ୍‌ ଜବତ ହୋଇ ନାହିଁ । ତେବେ ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଛାତ୍ରୀ ଜଣକ ପାକସ୍ତଳୀ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଖୁବ୍ ଯନ୍ତ୍ରଣା ଅନୁଭବ କରୁଥିଲେ । ଅତ୍ୟଧିକ ଯନ୍ତ୍ରଣା ସହି ନପାରି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତ ୨ ସପ୍ତାହ ଭିତରେ ୩ ଜଣ ଦ୍ୱାଦଶ ଏବଂ ଜଣେ ଏକାଦଶ ଶ୍ରୀଣୀ ର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଆଲୋଡ଼ ଖେଳି ଯାଇଛି ।

ସୋମବାର ତାମିଲନାଡ଼ୁ ର କୁଡାଲୋର ଜିଲ୍ଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ମାଆ ଗାଳି ଦେବାରୁ ଛାତ୍ରୀ ଜଣକ ମାନସିକ ବିଚଳିତ ଅବସ୍ଥାରେ ଥିଲା । ସୋମବାର ଘରେ କେହି ନ ଥିବା ବେଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ମଙ୍ଗଳବାର ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କଲା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ପହଞ୍ଚିଥିଲା । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ଏକ ସନ୍ଦେହଜନକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ସୋମବାର ଭୋର୍‌ରେ ଆଉ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ର ଛାତ୍ରୀ ନିବାସ ପ୍ରକୋଷ୍ଠରେ ଆତ୍ମହତ୍ୟା କରିଥିବା ରିପୋର୍ଟ ମିଳିଛି ।

ତାମିଲନାଡ଼ୁ ର ତିରୁଭାଲୁର ଜିଲ୍ଲାରେ ଏଡି ଘଟଣା ଘଟିଛି । ଗତ ଜୁଲାଇ ୧୩ ତାରିଖରେ ଆଉ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ କାଲାକୁରୁଚି ଜିଲ୍ଲାରେ ଆତ୍ମହତ୍ୟା କରିଥିଲା । ସ୍କୁଲ ପରିସରରେ ସନ୍ଦେହଜନକ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା । ଏହି ମାମଲା ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ।