ଦୁଷ୍କର୍ମକାରୀକୁ ଜେଲ୍‌, ଜରିମାନା

0
131
ଦୁଷ୍କର୍ମକାରୀକୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଧର୍ମଗଡ଼, କଳାହାଣ୍ଡି, (୦୨/୦୮) : ୧୨ ବର୍ଷ ପରେ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ବନ୍ଦନା ମିଶ୍ର ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳ ର ଜଣେ ଯୁବତୀ ବିଲ କୁ ପନିପରିବା ତୋଳିବା ପାଇଁ ଯାଇଥିଲେ । ସେହି ସମୟରେ ବୈଷ୍ଣବ ମାଝି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜୟପାଟଣା ଥାନାରେ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ସମସ୍ତ ସାକ୍ଷୀ ଓ ପ୍ରମାଣ ଆଧାରରେ ଦୁଷ୍କର୍ମକାରୀକୁ ଏ.ଡି.ଜେ. ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ବୈଷ୍ଣବ ମାଝିକୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ।