Friday, March 29, 2024

Top 5 This Week

Related Posts

ଭାରତ ଜିତିଲା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ : ୭ ଓ୍ୱିକେଟରେ ହାରିଲା ୱେଷ୍ଟଇଣ୍ଡିଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାସେଟେରେ/ନୂଆଦିଲ୍ଲୀ, (୦୩/୦୮) : ଭାରତ ଜିତିଲା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ୱେଷ୍ଟଇଣ୍ଡିଜକୁ ୭ ଓ୍ୱିକେଟରେ ପରାସ୍ତ କରି ୨-୧ ରେ ସିରିଜ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ କରିଥିଲା ୧୬୪ ରନ୍ ।

ଭାରତ ଜିତିଲା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ । ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା । ମାତ୍ର ମଧ୍ୟଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଯୋଗୁଁ ୱେଷ୍ଟଇଣ୍ଡିଜର ରନ ହାର ଧିମେଇ ଯାଇଥିଲା । କାଏଲ୍ ମେୟର୍ସ ସର୍ବାଧିକ ୭୩ ରନ୍ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୬୫ ରନ୍ ଲକ୍ଷ୍ୟ ର ପିଛା କରି ଭାରତୀୟ ଟିମ୍ ୧୯ ଓଭରରେ ହିଁ ଟାର୍ଗେଟ ହାସଲ କରି ନେଇଥିଲା । ଅଧିନାୟକ ରୋହିତ ଶର୍ମା ବ୍ୟକ୍ତିଗତ ୧୧ ରନ୍‌ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ । ତାଙ୍କ ଅଣ୍ଟାରେ ସାଂଘାତିକ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ମାତ୍ର ସୂର୍ଯ୍ୟ କୁମାର ଦେବ ଓ ଶ୍ରେୟସ ଆୟାର ସହଜରେ ଘରୋଇ ବୋଲରଙ୍କୁ ମୁକାବିଲା କରି ଭାରତକୁ ବିଜୟ ପଥରେ ଅଗ୍ରସର କରାଇଥିଲେ ।

ଆୟାର ୨୭ ବଲ୍‌ରୁ ୨୪ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ସୂର୍ଯ୍ୟ କୁମାର ୪୪ ବଲ୍‌ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୭୬ ରନ୍‌ କରତ ମ୍ୟାନ ଅଫ୍ ଦି ମ୍ୟାଚ ଘୋଷିତ ହୋଇଥିଲେ । ରିଷଭ ପନ୍ତ ୩୩, ଦୀପକ ହୁଦା ୧୦ ରନ୍‌ କରି ଅପରାଜିତ ରହିଥିଲେ । ସିରିଜ ର ଚତୁର୍ଥ ମ୍ୟାଚ ଆସନ୍ତା ୬ ତାରିଖରେ ଖେଳାଯିବ ।

Popular Articles