ଚନ୍ଦ୍ରଗିରି କୁ ନୂଆ ବ୍ଲକ ପାଇଁ ୧୩ ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ମେଳି

0
123
ଚନ୍ଦ୍ରଗିରି କୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୮) : ଗଜପତି ଜିଲ୍ଲା ର ବୃହତମ ବ୍ଲକ ତଥା ଓଡ଼ିଶା ର ଦ୍ଵିତୀୟ ବୃହତମ ବ୍ଲକ ଭାବେ ପରିଚିତ ମୋହନା ବ୍ଲକ ରୁ ଅଲଗା ହୋଇ ଚନ୍ଦ୍ରଗିରି କୁ ବ୍ଲକ କରିବା ପାଇଁ ୧୩ ଟି ପଞ୍ଚାୟତ ର ସରପଞ୍ଚ ମେଳି ବାନ୍ଧିଥିବା ଖବର ଏବେ ଚର୍ଚ୍ଚା ହୋଇଛି ।

ଚନ୍ଦ୍ରଗିରି କୁ ନୂଆ ବ୍ଲକ କରିବା ପାଇଁ ଜିଖିରୀୟ ରୟିତ ଙ୍କ ସଭାପତିତ୍ୱରେ ଏହି ବୈଠକ ଚନ୍ଦ୍ରଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁ ଜନ ପ୍ରତିନିଧି ଯୋଗ ଦେଇ ଆସନ୍ତା ଦୁନିଆରେ ଜିଲ୍ଲା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଦରକାର ହେଲେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିବୁ ବୋଲି ଘୋଷଣା କରିଛନ୍ତି ।

୧୩ ଟି ପଞ୍ଚାୟତ କୁ ନେଇ ଏହି ବ୍ଲକ କରିବାକୁ ପ୍ରସ୍ତାବ ଆଗତ ହୋଇଛି ମୋହନା ୪୦ ଟି ପଞ୍ଚାୟତ କୁ ନେଇ ଗଠନ ହୋଇଥିବାରୁ ଓ ଆଦିବାସୀ ପଞ୍ଚାୟତ ପାହାଡ଼ ପର୍ବତ ଘେରା ହୋଇଥିବାରୁ ଲୋକେ ମୌଳିକ ସୁବିଧା ପଶି ପାରୁନାହାଁନ୍ତି । ଏଣୁ ବୌଦ୍ଧ କୀର୍ତ୍ତିରାଜ ଥିବା ଚନ୍ଦ୍ରଗିରି କୁ ବ୍ଲକ କରାଯାଉ ବୋଲି ଦାବି ଜୋର ଧରିଛି । ଏହି ବୈଠକରେ ବନୁଜ୍ୟ ସଙ୍ଘ, ଡ୍ରାଇଭର ସଙ୍ଘ ଓ ଆଦିବାସୀ ସଙ୍ଘ ଭାଗ ନେଇ ଦାବି କୁ ସୁଦୃଢ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା ।