5T ସ୍କୁଲ ର ସଫଳ ରୁପାୟନ ପାଇଁ ଏସ୍.ଏମ୍.ଡି.ସି ଓ ମୋ ସ୍କୁଲ ର ମିଳିତ ବୈଠକ

0
229
5T ସ୍କୁଲ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୦୪/୦୮) : ବୋରିଗୁମ୍ମା ବ୍ଳକ ବି. ସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତ କୁମାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ 5T ସ୍କୁଲ ର ସଫଳ ରୁପାୟନ ପାଇଁ ମୋ ସ୍କୁଲ ଓ ବିଦ୍ୟାଳୟ ପରିଚାଳନା କମିଟି ର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ ପରିଚାଳନା କମିଟି ବାରମ୍ବାର ଏହି ବିଦ୍ୟାଳୟକୁ 5T ସ୍କୁଲ ରେ ରୂପାନ୍ତରିତ କରିବା ପାଇଁ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ର କାୟା କଳ୍ପ ହେବାକୁ ଯାଉଥିବାରୁ ଉପସ୍ଥିତ ଅଭିଭାବକ ମାନେ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆସନ୍ତା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରାଙ୍କୁ ଆଲୋଚନାରେ ସାମିଲ ହେବାକୁ ଅନୁରୋଧ କରି ତାଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏସ୍ ଏମ.ଡି.ସି ସଭ୍ୟ ଗୌରୀ ଶଙ୍କର ଦାଶ, ମୋହନ ବାଘ, ରବିଶଙ୍କର ମହାପାତ୍ର, ସୁଦର୍ଶନ ମହାରଣା, ମୋ ସ୍କୁଲ କମିଟି ତରଫରୁ ଉଦୟନାଥ ମିଶ୍ର, ସୀମାଞ୍ଚଳ ତ୍ରିପାଠୀ, ତ୍ରିପତି ରାଓ, ସୁଦର୍ଶନ ମହାଙ୍କୁଡ, ଗୌରାଙ୍ଗ ଷଡଙ୍ଗୀ, ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ପାତ୍ର, ନାରାୟଣ ଷଡଙ୍ଗୀ, ମନୋଜ ମିଶ୍ର ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ତଥା ଅଭିଭାବକ ମାନେ ଉପସ୍ଥିତ ଥିଲେ ।