ରହସ୍ୟ ଜନକ ଭାବେ ଯୁବକ ନିଖୋଜ

0
479
ରହସ୍ୟ ଜନକ ଭାବେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୦୫/୦୮) : ଟିଟିଲାଗଡ ଥାନା ଅଧିନସ୍ଥ ୱାର୍ଡ ନଂ-୧୫ (ହାଟପଦା) ର ଟାଙ୍ଗର ପଡ଼ା ନିବାସୀ ରୁଗଧର ବଗର୍ତ୍ତି ଙ୍କ ପୁଅ ପ୍ରହଲ୍ଲାଦ ବଗର୍ତ୍ତି (ବ-୧୯) ଗତ ୨୯ ତାରିଖ ରାତି ରୁ ରହସ୍ୟ ଜନକ ଭାବେ ନିଖୋଜ ହୋଇଯାଇଥିବା ଜଣାଯାଇଛି ।

ପରିବାର ଲୋକେ ଏ ନେଇ ଅନେକ ଖୋଜା ଖୋଜି କରି କିଛି ସୂଚନା ନ ପାଇ ଶୁକ୍ରବାର (ତା୦୫-୦୮-୨୨) ରିଖ ଦିନ ଟିଟିଲାଗଡ ଥାନାରେ ଲିଖିତ ଏତଲା ଦେଇଛନ୍ତି । ନିଖୋଜ ପ୍ରହ୍ଲାଦ ଗତ ୨୯ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ଘରେ ପରିବାର ଲୋକଙ୍କ ସହ ଥିବାବେଳେ ସେ ବିଳମ୍ୱିତ ରାତିରେ ରହସ୍ୟ ଜନକ ଭାବେ କେଉଁ ଆଡେ ଚାଲିଯାଇଛି ଅବା କାହା ସହ କେଉଁ ଆଡେ ଗଲା ପରିବାର ବର୍ଗ ଜାଣି ନ ଥିବା ପ୍ରକାଶ କରିଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।