ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

0
179
ରୋଗୀ କଲ୍ୟାଣ ସମିତି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ତା-(୫/୮) : କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଉନ୍ନୟନ ନିମନ୍ତେ ଉଦ୍ଧିଷ୍ଟ ରୋଗୀ କଲ୍ୟାଣ ସମିତି ର କାର୍ଯ୍ୟକାରୀ କମିଟି ର ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l

ରୋଗୀ କଲ୍ୟାଣ ସମିତି ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସ ଡାକ୍ତର ଇତି ନୋଏଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଉନ୍ନୟନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଏଜେଣ୍ଡା ଆଗତ କରିଥିଲେ l ବି.ପି.ଏ.ମ୍ ଈଶ୍ୱରୀ ଆମ୍ମା ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମ ସମ୍ବନ୍ଧେ ବିଶେଷ ଭାବେ ଆଲୋଚନା କରିଥିଲେ l ଡାକ୍ତରଖାନାରେ ଜଳ ଯୋଗାଣ ହୋଇ ନ ପାରିବା ଯୋଗୁଁ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଉପରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅଧିକାରୀ ଙ୍କୁ ନିୟମିତ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା l

ସ୍ୱାସ୍ଥ୍ୟକେନ୍ଦ୍ର ର ବଗିଚା, ଡ଼ଷ୍ଟବିନ ନିର୍ମାଣ ଆଜି କରାଯିବା କୁ ପ୍ରସ୍ତାବ ନିଆ ଯାଇଥିଲା l ଆଗାମୀ ଅଗଷ୍ଟ ୧୨ ତାରିଖ ଦିନ କୁର୍ମି ଔଷଧ ବଣ୍ଟନ ନିମନ୍ତେ ବୈଠକରେ ନିଷ୍ପତି ନିଆ ଯାଇଥିଲା l ଏ.ବି.ଇ.ଓ ମିନା ବେହେରା, ଜନ ସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଭେଙ୍କେଟ ରାଓ, C.D.P.O କନକଲତା ପୂଜାରୀ, ପ୍ରଷନ୍ନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l