ଆଇ.ଟି.ସି. ଆଇ.ଟି.ଡ଼ି.ଏ. ମିଶନ ଜୀବିକା ପକ୍ଷରୁ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ

0
193
ଆଇ.ଟି.ସି.

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୦୬/୦୮) : ଆଦ୍ୟ ତା ୦୬/୦୮/୨୦୨୨ ରିଖ ରେ ରାୟଗଡ଼ା ଜିଲ୍ଲା ର କୋଲନରା ବ୍ଲକ ଅଧିନସ୍ତ ବ୍ଲକ କନଫରେନ୍ସ ହଲ୍ ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.ଏ.) ମିଶନ ଜୀବିକା ର ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାସେବୀ ସଙ୍ଗଠନ ମାନବ ଅଧିକାରୀ ସେବା ସମିତି (ମାସ୍) ପକ୍ଷରୁ ଏକ ଦିବସୀୟ କର୍ମଶାଳା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ କୋଲନରା ବ୍ଲକ ର ୧୨ ଗୋଟି ଗ୍ରାମରୁ ମୋଟ ୩୨ ଜଣ ଅଗ୍ରଣୀ ଚାଷୀ ଅଂଶଗ୍ରହଣ କରିଥିଲେ । ଏହି ଆଇ.ଟି.ସି. ତାଲିମ ଶିବିର ର ମୂଳ ଉଦ୍ଦେଶ୍ୟ ପନିପରିବା ଫସଲରେ କିଭଳି ବୈଜ୍ଞାନିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନରେ ଅଭିବୃଦ୍ଧି ହେବା ଏବଂ ନିଜର ଜୀବିକା କୁ ସ୍ୱାବଲମ୍ବୀ କରିପାରିବେ, ତାହା ନେଇ ତାଲିମ ପ୍ରଦାନ କରା ଯାଇଥିଲା ।

ଏହି ଶିବିରରେ ପ୍ରକଳ୍ପ ସଂଯୋଜକ ଶ୍ରୀ କିରଣ କୁମାର ଦାଶ ଓ ଜିଲ୍ଲା ସଂଯୋଜକ ଶ୍ରୀ ସୁଦୀପ କୁମାର ସାହୁ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରି ଆଗାମୀ ଦିନରେ କିପରି ଗ୍ରାମ୍ୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ସେ ନେଇ ମତ ପ୍ରକାଶ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ କୋଲନରା ବ୍ଲକ ର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକ, କୃଷି ବିଜ୍ଞାନ କେନ୍ଦ୍ର ର ପ୍ରଶିକ୍ଷିକା ବୈଜ୍ଞାନିକ ଶ୍ରୀମତୀ ସ୍ଵର୍ଣ୍ଣ ସାଗରିକା ବେହେରା, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ତନ୍ମୟ ଚୁଆଲ ସିଂ, ଆଇ.ଟି.ଡ଼ି.ଏ. ଏସ୍.ଏମ.ଏସ୍ . ସୁଶ୍ରୀ ସାସ୍ୱତୀ ନାଥ ଏବଂ ପ୍ରଦାନ ସ୍ୱେଚ୍ଛାସେବୀ ସଂସ୍ଥା ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ଗୋଷ୍ଠୀ ସଂଯୋଜକ ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ଆଲବିଶ କୁମାର ମାଳି ଏବଂ ଶ୍ରୀ ଦେବେନ୍ଦ୍ର ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ ।