ବେଆଇନ ଦେଶୀ ରନ୍ଧା ମଦ ଜବତ : ବ୍ୟାପକ ମହୁଲ ପୋଚ ନଷ୍ଟ କଲା ପ୍ରଶାସନ

0
103
ବେଆଇନ ଦେଶୀ ରନ୍ଧା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ଼, ତା(୦୬/୦୮) : ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ବାଗଝରଣ ଗାଁକୁ ଚଢ଼ାଉ କରି ୬ ହଜାର ୨ ଶହ କେଜି ମହୁଲ ପୋଚ ନଷ୍ଟ କରିବା ସହ ୨୨୦ ଲିଟର ବେଆଇନ ଦେଶୀ ରନ୍ଧା ମଦ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଯୁଗେଶ୍ୱର ବରିହା ଏବଂ ଗଙ୍ଗାଧର ବରିହା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି । ଦୀର୍ଘ ଦିନରୁ ଏମାନେ ଗାଁରେ ବେଆଇନ ଦେଶୀ ରନ୍ଧା ମଦ କାରବାର କରୁଥିବା ଖବର ପାଇ ଅତର୍କିତ ଭାବେ ସକାଳ ସମୟରେ ଚଢ଼ାଉ କରି ମଦ ଜବତ କରିବା ସହ ମହୁଲ ପୋଚ ସହ ରନ୍ଧା ସାମଗ୍ରୀ ସବୁ ନଷ୍ଟ କରିଥିଲେ ।

ଅବକାରୀ ବିଭାଗ ପୃଥକ୍ ପୃଥକ୍ ଭାବେ ମାମଲା ରୁଜୁ କରି କେସ ନଂ ୭୭/୭୮.୨୦୨୨-୨୩ ଅନୁଯାୟୀ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । ପ୍ରକାଶ ଯେ, କିଛି ଅସାଧୁ ବ୍ୟକ୍ତି ଏହିପରି ବିଭିନ୍ନ ଦ୍ରଵ୍ୟ ମିଶାଇ ମଦ ରାନ୍ଧି ବିକ୍ରି ଓ ଚାଲାଣ କରିବା ନଜର କୁ ଆସୁଛି । ଏ କାରବାର ବନ୍ଦ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।