ଏତଲା କରିବାକୁ ଯାଇ ପୋଲିସ ର ଦୁର୍ବ୍ୟବହାର ଅଭିଯୋଗ

0
177
ଏତଲା କରିବାକୁ ଯାଇ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୦୬/୦୮) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନାକୁ ଏତଲା କରିବାକୁ ଯାଇ ପୋଲିସ ପକ୍ଷରୁ ଦୁର୍ବ୍ୟବହାର ପାଇଥିବା ଅଭିଯୋଗ କରିଛନ୍ତି ବିରବର ସିଂହ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ।

ସୂଚନା ଅନୁଯାୟୀ ଟିଟିଲାଗଡ଼ ସହର ର ଟାଙ୍ଗର ପଡ଼ା ନିବାସୀ ବିରବର ସିଂହ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ତାଙ୍କ ବୃଦ୍ଧା ରୋଗୀଣା ସ୍ତ୍ରୀ କୁ ଚିକିତ୍ସା ପାଇଁ କଟକ ନେଇ ଯାଇଥିଲେ । ହେଲେ ତାଙ୍କର ସ୍ତ୍ରୀ ସେଠି ମୃତ୍ୟୁ ବରଣ କରିବା ପରେ ସେ ଟିଟିଲାଗଡ଼ ସ୍ଥିତ ଘରକୁ ଫେରି ଦେଖିଥିଲେ ଯେ ଉକ୍ତ ଘର ତାଲା ଭାଙ୍ଗି ସବୁ ଜିନିଷ, ପତ୍ର ଚୋରି ହୋଇଯାଇଛି । ଏପରି କି ଏ ନେଇ ପୋଲିସ କୁ ଗତ ମାସ ୨୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏତଲା କରିବାକୁ ଯାଇ ଦୁର୍ଦ୍ଦଶା ର ଶିକାର ହେଲେ ।

ଠିକ ଭାବରେ ଲେଖି ଆଣିବା କୁ କହିବା ସହ ସକାଳୁ ଆସ, ଆମର ସମୟ ନାହିଁ , ପରେ ଆସ, ତାଲା କୀଏ ଭାଙ୍ଗି ଚୋରି କଲା ତା’ର ସବିଶେଷ ବିବରଣୀ ଆଗ ଦିଅ ଆଦି ନାନା ଆଳରେ ତାଙ୍କୁ ହଇରାଣ କରିବା ସାର ହୋଇଥିଲା । ଏପରି କି ଥାନାରେ ଉପସ୍ଥିତ ଅଧିକାରୀ ସେ ବାବୁ ଙ୍କୁ କହ ଓ ତାଙ୍କ ନିକଟକୁ ଗଲେ ଆଉ ଜଣେ ବାବୁ ଙ୍କୁ କହ କହି ହଟହଟା କରି ଛାଡିଦିଆ ଗଲା ।

ଉପସ୍ଥିତ ମହିଳା ଓ ଶିଶୁ ବିଭାଗ ଅଧିକାରୀ ତାଙ୍କୁ ଶେଷରେ ଦୟା କରି ଥାନା ଅଧିକାରୀ ଙ୍କୁ ସାକ୍ଷାତ କରିବା କୁ କହିଥିଲେ । ସେ ଥାନା ଅଧିକାରୀ ଶ୍ରୀ ବରିହା ଙ୍କୁ ଗୁହାରି ଜଣାଇ ଅନୁରୂପ ଦୁର୍ଦ୍ଦଶା ର ଶିକାର ହୋଇ ନିରାଶ ହୋଇଥିଲେ । ଅପରପକ୍ଷରେ ଉକ୍ତ ଘର ଚୋରି କରିଥିବା ସବୁ ଚୋରା ଜିନିଷ ଉକ୍ତ ଚୋର ସେହି ଅଞ୍ଚଳରେ ଥିବା ଏକ ମଦ, ଦୋକାନି ଙ୍କୁ ବିକ୍ରି କରିଥିବା ପ୍ରକାଶ ପାଇଥିବା ଓ ପୋଲିସ ଜାଣି ସୁଦ୍ଧା କୌଣସି ପଦକ୍ଷେପ ନେବା ବଦଳରେ ଏତଲାକାରୀ ଙ୍କୁ ଅଭିଯୁକ୍ତ ଭଳି ଦୁର୍ବ୍ୟବହାର କରିବା ନେଇ ଗତ ତା୦୬/୦୮ ରିଖ ଦିନ ଶ୍ରୀ ସିଂହ ନିରାଶ ହୋଇ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ସାଧାରଣ ଙ୍କୁ ପୋଲିସ କିଭଳି ନ୍ୟାୟ ପ୍ରଦାନ କରୁଛି ତାହା ଶ୍ରୀ ସିଂହ ଙ୍କ ଘଟଣା ରୁ ସହଜେ ଅନୁମେୟ ।