ବଂଶଧାରା ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ

0
126
ବଂଶଧାରା ନଦୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୦୮) : ବଙ୍ଗୋପସାଗରରେ ଉଠିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ବଂଶଧାରା ନଦୀ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଥିବା ସୂଚନା ହସ୍ତଗତ ହୋଇଛି । ବିଶେଷ କରି କାଶୀନଗର ଅଞ୍ଚଳରେ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି ।

ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ଯୋଗୁଁ କାଶୀନଗର ଅଞ୍ଚଳରେ ଗତକାଲି ୧୦୨ ମିମି ବର୍ଷା ହୋଇଥିଲା । ଆଜି ଆକାଶ ମେଘାଚ୍ଛନ୍ନ ରହିଥିବା ପାଣିପାଗ କେନ୍ଦ୍ର ତଥା କେନ୍ଦ୍ରୀୟ ଜଳ ଆୟୋଗ ସୂତ୍ରରୁ ଜଣା ପଡିଛି । ହେଲେ ଉପର ମୁଣ୍ଡରେ ରାୟଗଡ଼ା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ନିର୍ଧୁମ ବର୍ଷା ହୋଇଛି, ଯାହା ଫଳରେ ବଂଶଧାରା ନଦୀ ର ଜଳ ସ୍ତରରେ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି । ଆଗାମୀ ଦୁଇ ଦିନ ମଧ୍ୟ ଜଳ ସ୍ତର ସ୍ଥିର ରହିପାରେ ଓ ବନ୍ୟା ଆଶଙ୍କା ନାହିଁ ବୋଲି ଜଣାପଡିଛି ।