ଯୁକ୍ତ ୩ ନାମଲେଖା ପାଇଁ ଆଜିଠୁ ଆବେଦନ

0
123
ଯୁକ୍ତ ୩

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ନ୍ୟୁରୋ //
ଭୁବନେଶ୍ୱର, (୧୧/୦୮) : ଆଜିଠୁ ଯୁକ୍ତ ୩ ରେ ନାମ ଲେଖାଇବା ପାଇଁ ଆବେଦନ କରି ପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ।

ଆଜି ଦିନ ୧୧ଟା ଠାରୁ www.samsodisha. gov. in ରେ ଯୁକ୍ତ ୩ ନାମଲେଖା ପାଇଁ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୫ ରହିଛି । ଅଗଷ୍ଟ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ । ସେମାନଙ୍କର ଆଡ୍‌ମିଶନ ପ୍ରକ୍ରିୟା ସେପ୍ଟେମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ସେପ୍ଟେମ୍ବର ୧୧ ରେ ୨ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏଥିରେ ଯେଉଁ ଛାତ୍ରଛାତ୍ରୀଙ୍କ ନାଁ ଥିବ ସେମାନଙ୍କ ନାମଲେଖା ସେପ୍ଟେମ୍ବର ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ସିଟ୍ ଖାଲି ପଡ଼ିଲେ ସେପ୍ଟେମ୍ବର ୧୬ ତାରିଖରେ ସେ ସଂପର୍କିତ ସୂଚନା ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ । ଏ ନେଇ କିଛି ଦିନ ତଳେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏହା ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ର ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଜୁଲାଇ ୨୭ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋମବାର (ଗତକାଲି) କଳାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୯୪% ରହିଥିବା ବେଳେ ବାଣିଜ୍ୟରେ ୮୯% ଓ କଳାରେ ୮୨.୧୦% ରହିଛି ।