ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍ : ଓଡ଼ିଶା-ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ

0
228
ଲଗାଣ ବର୍ଷା ଯୋଗୁଁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୧୦/୦୮) : ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ବ୍ରିଜ୍ । ନୂଆପଡ଼ା ଜିଲ୍ଲା ଜୋଙ୍କ ନଦୀ ଉପରେ ଥିବା ବ୍ରିଜଟି ଗତ ରାତିରେ ଧୋଇ ହୋଇଯାଇଛି । ବ୍ରିଜ ଭାଙ୍ଗିବା ଯୋଗୁଁ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି ।

ଲଗାଣ ବର୍ଷା ଯୋଗୁଁ କିଛି ଦିନ ହେବ ଜୋଙ୍କ ନଦୀ ଉପରେ ପାଣି ପ୍ରବାହିତ ହେଉଥିଲା । ଜୋଙ୍କ ନଦୀ ସୁନାବେଡ଼ା ଅଭୟାରଣ୍ୟ ରୁ ବାହାରିଥିବା ବେଳେ ଏହି ବ୍ରିଜ ସାରାବଙ୍ଗରୁ ଓ ଆମାନାରା ଗାଁ ମଝିରେ ରହିଛି । ଏହି ବ୍ରିଜ ଛତିଶଗଡ଼ ର ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାକୁ ସଂଯୋଗ କରିଥାଏ । ପ୍ରତିଦିନ ଏହି ବ୍ରିଜ ଉପରେ ଶହ ଶହ ଗାଡ଼ି ଯାତାୟତ କରିଥାଏ । ତଥା ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାତାୟତ ର ଏହା ଏକ ପ୍ରମୁଖ ମାଧ୍ୟମ । ମାତ୍ର ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ ବ୍ରିଜଟି ଧୋଇ ହୋଇଯାଇଛି । ବ୍ରିଜ ର ଅପର ପାର୍ଶ୍ୱରେ ୫ଟି ପଞ୍ଚାୟତ ରହିଯାଇଥିବାରୁ ସେମାନେ ବାହ୍ୟ ଜଗତ ସହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି ।

ଖବର ପାଇ ଆଜି ସକାଳେ ଆଡିସନାଲ ତହସିଲଦାର, ନୂଆପଡ଼ା ବିଡିଓ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବର୍ଷା ଛାଡ଼ିଲେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇ ବ୍ରିଜକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ବୋଲି ବିଡି କହିଛନ୍ତି । ୨ ବର୍ଷ ପୂର୍ବେ ଏପରି ଘଟଣା ଘଟିଥିବା ବେଳେ ୨ ବାଇକ୍‌ ଆରୋହୀ ନଦୀ ସ୍ରୋତରେ ଭାସି ମୃତ୍ୟୁ ମୁଖରେ ପଡ଼ିଥିଲେ । ପୁଣି ଏବେ ସେହି ଘଟଣା ର ପୁନରାବୃତ୍ତି ହୋଇଥିବା ବେଳେ ଭାଗ୍ୟବଶଃତ କିଛି ଜୀବନହାନୀ ହୋଇନି ।