ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ଆଲୋଚନା ଚକ୍ର

0
147
ଦକ୍ଷିଣ ଓଡ଼ିଶା ସାହିତ୍ୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୮) : କାଶୀନଗର ବଂଶଧାରା ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୀବନୀ ଓ ସାହିତ୍ୟ ଉପରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଉଯାଇଛି । 

ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ଏହି ଆଲୋଚନା ଚକ୍ର ର ଆୟୋଜନ କରାଯାଇଥିଲା । ସମ୍ମିଳନୀ ର ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତା ଆଦୃତ ଏହି ଆଲୋଚନା ଚକ୍ରରେ ହୃଷିକେଶ ଗୌଡ଼ ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲଷ୍ମୀ ପ୍ରସାଦ ସାହୁ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ଶ୍ରୀ ଦଳ ବେହେରା ଯୋଗ ଦେଇଥିଲେ । ସହର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଜି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ।

ସ୍ଵଭାଵ କବି ଶ୍ରୀ ମେହେର ଙ୍କ କାବ୍ୟ କୃତିତ୍ୱ ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜ ର ବକ୍ତବ୍ୟ ରଖିଥିଲେ । ପ୍ରଶାନ୍ତ ମିଶ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ରଚିତ କାବ୍ୟ “ତପସ୍ୱିନୀ “କୀଚକ ବଧ ” ସମ୍ପର୍କରେ ଆଲୋଚନା କରିଥିଲେ । ବହୁ ସାମ୍ବାଦିକ, ବରିଷ୍ଠ ନାଗରିକ ଶ୍ରୀ ତ୍ରିନାଥ ନାୟକ, ରବି ପଣ୍ଡା ମଧ୍ୟ ଯୋଗ ଦେଇଥିଲେ ।  ମନୋଜ ଚୌଧୁରୀ ଧନ୍ୟବାଦ ଦେଇଥିଲେ ।