ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ

0
122
ରାଜ୍ୟ ସରକାର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୨/୦୮) : ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ । ପୂର୍ବ ବିଭାଗ ର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ନାୟକ ଙ୍କୁ ପୁରୀ ଏଡିଏମ୍ ଭାବେ ବଦଳି କରାଯାଇଥିବା ବେଳେ ସୁନ୍ଦରଗଡ଼ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ର ଶେଖର ଙ୍କୁ ମୟୂରଭଞ୍ଜ ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି । ସେହିପରି ପୁରୀ ଏଡିଏମ୍ ଦିଲୀପ କୁମାର ମହାପାତ୍ର ଙ୍କୁ ଏଡିଏମ୍ (ପ୍ରୋଟୋକଲ) ପୁରୀ, ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ ଙ୍କୁ TE & SCERT ପ୍ରଶାସନିକ ଅଧିକାରୀ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଏବଂ ସମ୍ବଲପୁର ଡିଆରଡିଏ ଏପିଡି (ପ୍ରଶାସନ) ତନ୍ମୟ କୁମାର ଦରଞ୍ଜନ ଙ୍କୁ ଢେଙ୍କାନାଳ ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି ।