ନବରଙ୍ଗପୁର ଜିଲ୍ଲା ଟେଣ୍ଟ , ଲାଇଟ୍ ଓ କଲ୍ୟାଣ ମଣ୍ଡପ ମାଲିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0
198

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୦୯/୦୮) : ଅଲ୍ ଓଡ଼ିଶା ଟେଣ୍ଟ , ଲାଇଟ୍ ଆଣ୍ଡ ସାଉଣ୍ଡ ଓ କଲ୍ୟାଣ ମଣ୍ଡପ ମାଲିକ ସଂଘ ନିର୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଟେଣ୍ଟ , ଲାଇଟ୍ ଓ କଲ୍ୟାଣ ମଣ୍ଡପ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସହର ସ୍ଥିତ ଜଗନ୍ନାଥ ମନ୍ଦିର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ ।

ଜିଲ୍ଲାରେ ଛୋଟ ଓ ବଡ ମିଶି ୩ ଶହରୁ ଉର୍ଦ୍ଧ ଟେଣ୍ଟ , ଲାଇଟ୍ ଓ କଲ୍ୟାଣ ମଣ୍ଡପ ଦୋକାନ ରହିଥିବା ବେଳେ ଏଥିରେ ୨ ହଜାରରୁ ଅଧିକ କାରିଗର ଓ ଶ୍ରମିକ କାମ କରୁଛନ୍ତି । ଏହି ବ୍ୟବସାୟୀ ମାନେ ଲୋକଙ୍କ ଶୁଭ ଓ ଦୁଃଖ ର ସମସ୍ତ କାର୍ଯ୍ୟକ୍ରମ ଓ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ଆନୁଷଙ୍ଗିକ ସେବା ଯୋଗାଇ ଆସୁଛନ୍ତି । କିନ୍ତୁ ଗତ ଓ ଚଳିତ ବର୍ଷ କରୋନା ମହାମାରୀ ଜନିତ ତାଲାବନ୍ଦ ଯୋଗୁଁ ସରକାର ସବୁ ପ୍ରକାର ସାମାଜିକ , ଧାର୍ମିକ , ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ କରିଦେଇଛନ୍ତି । ବ୍ୟବସାୟ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି। ଯାହା ଫଳରେ ନବରଙ୍ଗପୁର ଜିଲ୍ଲା ଟେଣ୍ଟ, ଲାଇଟ୍ ଓ କଲ୍ୟାଣ ମଣ୍ଡପ ମାଲିକ ମାନେ ନାହିଁ ନ ଥିବା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ସହ କାମ କରୁଥିବା କାରିଗର ମାନଙ୍କୁ ପାଉଣା ମଧ୍ୟ ଦେଇପାରୁନାହୁ ବୋଲି ସଂଘ କହିଛି ।7592f32a 03db 4602 a35c bce290431239 ନବରଙ୍ଗପୁର ଜିଲ୍ଲା ଟେଣ୍ଟ , ଲାଇଟ୍ ଓ କଲ୍ୟାଣ ମଣ୍ଡପ ମାଲିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ତେଣୁ ଏଭଳି ଦୁର୍ଦ୍ଦିନରେ ସମୟରେ ସରକାର ଆମ ବ୍ୟବସାୟୀକୁ ବଞ୍ଚାଇ ରଖି ଭବିଷ୍ୟତ ସୁରକ୍ଷା ପାଇଁ ୭ ଗୋଟି ଦାବି ଯଥା ମହାମାରୀ କରୋନା ଯୋଗୁଁ ଟେଣ୍ଟ ମାଲିକ ଙ୍କ ବ୍ୟବସାୟ ଜନିତ କ୍ଷତି ପାଇଁ ଆର୍ଥିକ କ୍ଷତି ପୂରଣ ପ୍ରଦାନ , ଟେଣ୍ଟ ବ୍ୟବସାୟ ଜନିତ ସମସ୍ତ ରଣ ଛାଡ଼ କରିବା ସହ ବିନା ସୁଧରେ ନୂତନ ରଣ ଯୋଗାଇବା , ଟେଣ୍ଟ ସାମଗ୍ରୀ ପରିବହନ ପାଇଁ ମାଲିକ ମାନେ ଆଣିଥିବା ସମସ୍ତ ଯାନବାହାନ ର କିସ୍ତି , ବିମା ଅର୍ଥ ଓ ଟ୍ୟାକ୍ସି ଗୁଡ଼ିକର ଏକ ବର୍ଷ ପାଇଁ ଛାଡ , ଲିଜରେ ନେଇଥିବା ବିବାହ ,କଲ୍ୟାଣ ମଣ୍ଡପ , ଟାଉନ ହଲ ଓ ଦୋକାନ ଗୃହ ଆଦିର ଲିଜ ଅର୍ଥ ଏକ ବର୍ଷ ପାଇଁ ଛାଡ , ଏହି ବ୍ୟବସାୟ ମାଲିକ ପାଖରେ କାମ କରୁଥିବା କାରିଗର ଓ ଶ୍ରମିକ ମାନଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ ସହ ଆର୍ଥିକ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା , ସରକାରଙ୍କ ନିର୍ଦ୍ଦେଶନାମାରେ ୫୦ ଜଣ ଜଣଙ୍କ ପରିବର୍ତ୍ତେ ୩୦୦ ଜଣଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଅନୁମତି ଓ ଡାବୁଗାଁ ବ୍ଲକରେ ଥିବା ସନ୍ତୋଷ କୁମାର ଦାସ କରୋନା ଜନିତ ମୃତ୍ୟୁ ବରଣ କରିଥିବା ହେତୁ ତାଙ୍କ ପରିବାରକୁ ସରକାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ନବରଙ୍ଗପୁର ଜିଲ୍ଲା ଟେଣ୍ଟ , ଲାଇଟ୍ ଆଣ୍ଡ ସାଉଣ୍ଡ , କଲ୍ୟାଣ ମଣ୍ଡପ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ।

ଏହି ଦାବିପତ୍ର ପ୍ରଦାନ ବେଳେ ଟେଣ୍ଟ ହାଉସ ଜିଲ୍ଲା ସଭାପତି ମହେଶ୍ୱର ସୁବୁଦ୍ଧି , ସମ୍ପାଦକ ବସନ୍ତ ମହାନ୍ତି , ଉପ ସଭାପତି ପରମେଶ୍ବର ସୁବୁଦ୍ଧି , ସହ ସମ୍ପାଦକ ବିଶ୍ଵନାଥ ରାୟ , ତ୍ରିନାଥ ଠାକୁର , କୃଷ୍ଣ ନାୟକ , ସଚିନ ସୁବୁଦ୍ଧି , ବି. ରାଜ ଶେଖର ସମେତ ଶତାଧିକ କାରିଗରୀ ଓ ଶ୍ରମିକ ମାନେ ଉପସ୍ଥିତ ରହିଥିଲେ ।