ରାତି ଅଧରେ ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍‌

0
110
ରାତି ଅଧରେ ବ୍ରିଜ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୧୬/୦୮) : ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ର ମହୁଲପାଳ ଗାଁ ନିକଟରେ ଗତକାଲି ରାତି ଅଧରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ୍‌

ଗତକାଲି ରାତି ଅଧରେ ଏକ ପିକଅପ୍‌ ଭ୍ୟାନ୍‌ ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିଲା । ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗ ର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ଭ୍ୟାନ୍‌ଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଅନ୍ଧକାରରେ ଦୁର୍ଘଟଣାଗ୍ରସ୍ତ ଗାଡି ର ଲାଇଟ ଜଳୁଥିବା ତଥା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଅଗ୍ନିଶମ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଭ୍ୟାନ୍‌ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ଯାତ୍ରୀଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।