ଚାନ୍ଦା ଆଦାୟ ନାମରେ ଦାଦାଗିରୀ

0
314
ଚାନ୍ଦା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୯/୦୮) : ବର୍ତ୍ତମାନ ପାର୍ବଣ ର ସମୟ ଆରମ୍ଭ ହୋଇଯାଇଛି । ନାନା ପ୍ରକାର ସଙ୍ଗଠନ ନାନା ପ୍ରକାର ଦେବାଦେବୀ ଙ୍କ ପୂଜା ପାଳନ ନିମନ୍ତେ ଚାନ୍ଦା ଆଦାୟ କରିବାରେ ବ୍ୟସ୍ତ ।WhatsApp Image 2022 08 18 at 7.17.15 PM ଚାନ୍ଦା ଆଦାୟ ନାମରେ ଦାଦାଗିରୀ

ଭଗବାନ ଙ୍କ ଉପରେ ଆସ୍ଥା ଭରସା ଓ ବିଶ୍ୱାସ ଥିବା ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାନ୍ଦା ଦେଇଥାନ୍ତି । କିନ୍ତୁ ଏହା ପାଇଁ ବାଧ୍ୟତାମୂଳକ ନ ଦେବା ଲୋକଙ୍କ ସହ ଗାଳିଗୁଲଜ କରିବା ସହ ସାଙ୍ଗରେ ଥିବା ଗାଡି ସାଇକେଲ ଅଟକାଇ ରଖିଦେବା ଚିନ୍ତା ର କାରଣ ପାଲଟିଛି ।

ଆଜି ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାୟଗଡ଼ା ସହର ଅଣ୍ଡରଗ୍ରାଉଣ୍ଡ ରାସ୍ତା କୁକୁଡ଼ା ଫାର୍ମ ନିକଟରେ କିଛି ଯୁବକ ରାସ୍ତା ଅବରୋଧ କରି ଜୋର ଜବରଦସ୍ତ କରି ଚାନ୍ଦା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଯେଉଁମାନେ ମନା କରିଲେ ସେମାନଙ୍କ ବାଇକ ଝିକାଟଣା କରିବା ଏବଂ ଉକ୍ତ ବ୍ୟକ୍ତି କୁ ଗାଳି ଗୁଳଜ କରିବା ସେଠିକାର ସ୍ଥାନୀୟ ଜନସାଧାରଣ କହିଛନ୍ତି ।

ଏହିପରି ଲୋକଙ୍କୁ ହଇରାଣ କରୁଥିବା ଦେଖି ସେଠିକାର DP ବାବୁ ନାମକ ଭଦ୍ରବ୍ୟକ୍ତି ପୋଲିସ ଙ୍କୁ ଫୋନ କରିବାରୁ ପୋଲିସକୁ ଦେଖି ଉକ୍ତ ଯୁବକ ଗୁଡାକ ଛତ୍ରଭଙ୍ଗ ହୋଇଯାଇ ଯାଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପୂଜା ପାର୍ବଣ ନାମରେ ଚାନ୍ଦା ଦେବା କ’ଣ ନିହାତି ଜରୁରୀ ! ଯଦି ଦିଆଯିବ ତ କେତେଟା ପୂଜା ସଙ୍ଗଠନ ଙ୍କୁ ଏବଂ କେଉଁ କେଉଁ ପର୍ବକୁ ଦେବାକୁ ବାଧ୍ୟତାମୂଳକ ବୋଲି ବୁଦ୍ଧିଜୀବି ଚିନ୍ତା ପ୍ରକଟ କରିଛନ୍ତି ।