ପବିତ୍ର ଜନ୍ମାଷ୍ଟମୀ ନିମନ୍ତେ ଅଧିବାସ ଉତ୍ସବ ପାଳନ

0
132
ପବିତ୍ର ଜନ୍ମାଷ୍ଟମୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୮) : ଗତକାଲି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଗଜପତି ଜିଲ୍ଲା ର କାଶୀନଗର ଠାରେ ବିଜେ ହୋଇଥିବା ଶ୍ରୀ ମଦନ ମୋହନ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅଧିବାସ ପର୍ବ ପାଳିତ ହୋଇଯାଇଛି ।

କେଉଁ ଆବାହମାନ କାଳରୁ ଏହି ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପର୍ବ ଓ ନନ୍ଦ ଉତ୍ସବ ପାଳିତ ହୋଇ ଆସୁଛି । ଚଳିତ ବର୍ଷ ଝୁଲଣ ଯାତ୍ରା ପରେ ଏହି ଉତ୍ସବ ପଡୁଥିବାରୁ ବଡ଼ ଯାକ ଯମକରେ ଏହି ପର୍ବ ପାଳିତ ହୋଉଥିଲା । କାଶୀନଗର ସହର ର ବିଭିନ୍ନ କୋଣରୁ ଭକ୍ତ ମାନେ ସନ୍ଧ୍ୟାରେ ଏକ ଯାଗାରେ ବସି ନାମ, ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

ପୂର୍ବ କାଳରେ ଯେଉଁ ମାନେ ଗର୍ଭବତୀ ଥାଆନ୍ତି ସେମାନଙ୍କୁ ଯାହା ଇଚ୍ଛା ଭୋଜନ ଦିଆଯାଉଥିଲା ସେହିଭଳି ମାଁ ଯଶୋଦାଙ୍କୁ ଇଷ୍ଟ ପ୍ରିୟ ଭୋଜନ ୨୧ ପ୍ରକାର ପ୍ରସ୍ତୁତି କରି ଭୋଗ ଲଗାଯାଇଥିଲା । ଏହାପରେ ଭବ୍ୟ ଆଳତୀ କରି ଭଗବାନଙ୍କ ମାଁ ଯଶୋଦଙ୍କୁ ଶୟନ କକ୍ଷକୁ ନିଆଯାଇଥିଲା । ଅର୍ଥାତ ଅର୍ଦ୍ଧ ରାତ୍ରିରେ ଘନ ଘନ ବର୍ଷାରେ ଭଗବାନ ଶ୍ରୀ କୃଷ୍ଣ ଅର୍ଥାତ ମଦନ ମୋହନଙ୍କ ଆବିର୍ଭାବ ହୋଇଥିଲା, ଏଣୁ ନନ୍ଦ ରାଜାଙ୍କ ଘରେ ଜନ୍ମ ଉତ୍ସବକୁ ନନ୍ଦ ଉତ୍ସବ ନାମରେ ପାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ କୁ ମନ୍ଦିର ଟ୍ରଷ୍ଟି ବାଞ୍ଛାନିଧି ପାତ୍ର, ମଦନ ମୋହନ ପାତ୍ର, ଗୋପୀନାଥ, ଜଗଦୀଶ ପାତ୍ର, ଚିତ୍ତ ରଞ୍ଜନ ପାତ୍ର ପରିଚାଳନା କରିଥିଲେ । ଶେଷରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ର ବ୍ୟବସ୍ଥା ହୋଇଥିଲା ।