ଆମାଜନ୍‌ ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ : ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’

0
155
ଆମାଜନ୍‌ ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୮) : ଇ-କମର୍ସ ର ଜାଏଣ୍ଟ ଆମାଜନ୍‌ ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ । ସୋଶାଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ‘ବୟକଟ ଆମାଜନ୍’ ।

ଆମାଜନ୍‌ ର ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ । ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର ବିକ୍ରି କରି ବିବାଦ ଘେରକୁ ଆସିଛି ଆମାଜନ୍‌ । ସମ୍ପୃକ୍ତ କମ୍ପାନୀ ବିରୋଧରେ ସ୍ୱର ଉଠାଇଛି ହିନ୍ଦୁ ଜନଜାଗୃତି ସମିତି । ସମିତି ର ଆହ୍ୱାନରେ #Boycott_Amazon ଡାକରା ଦିଆଯାଇଛି । ଏହା ସୋଶାଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । ହିନ୍ଦୁ ଦେବାଦବୀଙ୍କୁ ବିଦ୍ରୁପ କରିଥିବା କମ୍ପାନୀକୁ ସମାଲୋଚନା କରାଯାଇଛି । ଅନ୍ୟପଟେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବେଙ୍ଗାଲୁରୁ ସୁବ୍ରମନ୍ୟନ ନଗର ପୁଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି ।

ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେହିପରି ସମାନ ଚିତ୍ରକୁ ‘ଏକ୍ସୋଟିକ ଇଣ୍ଡିଆ’ ପକ୍ଷରୁ ବିକ୍ରି କରାଯାଉଛି । ଜନ୍ମାଷ୍ଟମୀ ସେଲ ନାମରେ କମ୍ପାନୀ ୱେବସାଇଟରେ ଏହି ଫଟୋ ବିକ୍ରି କରାଯାଉଛି । ଗତ ଅଗଷ୍ଟ ୧୮ ଏବଂ ୧୯ ଦୁଇ ଦିନ ଧରି ସାରା ଦେଶରେ ଜନ୍ମାଷ୍ଟମୀ ପାଳନ ହୋଇଥିଲା । ଉଭୟ ଆମାଜନ ଏବଂ ଏକ୍ସୋଟିକ ଇଣ୍ଡିଆ ରାଧା-କୃଷ୍ଣଙ୍କ ବିବାଦୀୟ ଫଟୋ ବିକ୍ରି କରିବା ପରେ ସ୍ୱର ଉଠିଥିଲା ।

ଏହା ପରେ ଉଭୟ ସଂସ୍ଥା ସେମାନଙ୍କ ୱେବସାଇଟରୁ ଏହି ଫଟୋକୁ ହଟାଇ ଦେଇଛନ୍ତି । କିନ୍ତୁ ଏହା ଯଥେଷ୍ଟ ନୁହଁ । ଉଭୟ ସଂସ୍ଥା ହିନ୍ଦୁମାନଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଦାବି କରାଯାଇଛି ।