ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିନିଧି କର୍ମଶାଳା ଅନୁଷ୍ଠିତ

0
177
ନିର୍ବାଚନ ମଣ୍ଡଳୀ ସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୮) : ଗତକାଲି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ପାରଳାଖେମୁଣ୍ଡି ସହର ର ରାଧାରାଣୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିନିଧି କର୍ମଶାଳା ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ପାରଳାଖେମୁଣ୍ଡି ପୌର ଅଧ୍ୟାକ୍ଷା ନିର୍ମଳ ସେଠୀ ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚି ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ହାଇଟେକ ଗ୍ରୁପ ଚେୟାରମ୍ୟାନ ଶ୍ରୀ ତିରୁପତି ପାଣିଗ୍ରାହୀ ଯୋଗ ଦେଇଥିଲେ ।

ଏତଦ ବ୍ୟତୀତ ଗୁମ୍ମା, ଗୋଶାଣି, କାଶୀନଗର, ପାରଳାଖେମୁଣ୍ଡି ର ସମସ୍ତ ବିଜେଡି ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ପଞ୍ଚାୟତ ଓ ପୌର ନିର୍ବାଚନ ହୋଇ ୬ ମାସ ବିତିଯାଇଥିବାରୁ କର୍ମୀ ଓ ଜନ ପ୍ରତନିଧି ମାନଙ୍କ ମନରେ ଉତ୍ସାହ ଭରିବା ସହ ସକ୍ରିୟ ଭୂମିକା ନିଭାଇବାକୁ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ । ମହାଭାରତ ର ବେଲଲାସେନ ଭଳି କାମ କରିବାକୁ ହେବ, ସାଂସଦ ଶ୍ରୀ ସାହୁ ପ୍ରତ୍ୟେକ ମାସରେ ଦୁଇ ତିନି ଥର ଗସ୍ତ କରିବା ଫଳରେ ସଙ୍ଗଠନ ସୁଦୃଢ ଥିବା ନିଜ ଭାଷଣରେ କହିଥିଲେ ।

ସମସ୍ତ ଭେଦଭାବ ଭୁଲି କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ । ପ୍ରଫେସର ମରୁତ ପାଳ ଧନ୍ୟବାଦ ଦେଇଥିଲେ । ନିକଟରେ ଯୁବ ବିଜୁ ଜନତା ଦଳ ର ସାଙ୍ଗଠନିକ ନିଯୁକ୍ତି ସାରିଥିବା ରୁ କର୍ମକର୍ତ୍ତା ଙ୍କ ମନରେ ନୂଆଁ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି କର୍ମଶାଳାରେ ବ୍ଲକ ଓ ପୌର ସଂସ୍ଥା ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ମାନେ ଯୋଗଦେଇଥିଲେ ।