ବଜ୍ରାଘାତ ରେ ଜଣ ଙ୍କ ଶୋଚନୀୟ ମୃତ୍ୟୁ

0
108
ବଜ୍ରାଘାତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୫/୦୮) : ଟିଟିଲାଗଡ ସବଡିଭିଜନ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧୀନସ୍ଥ ଉତ୍କେଲା ଗ୍ରାମ ର ଲିଙ୍ଗରାଜ ବେହେରା ନାମକ ଜଣେ ବ୍ୟକ୍ତି ଙ୍କ ବଜ୍ରାଘାତ ରେ ମୃତ୍ୟୁ ଘଟିଥିବା ଜଣାଯାଇଛି ।WhatsApp Image 2022 08 25 at 6.47.59 AM ବଜ୍ରାଘାତ ରେ ଜଣ ଙ୍କ ଶୋଚନୀୟ ମୃତ୍ୟୁ

ସୂଚନାନୁଯାୟୀ ବୁଧବାର ଦିନ ପ୍ରାୟ ତିନି ଘଣ୍ଟା ସମୟରେ ଘର ନିକଟରେ ଥିବା ଲିଙ୍ଗରାଜ ବେହେରା ଙ୍କୁ ସାମାନ୍ୟ ବର୍ଷା ପବନ ଆରମ୍ଭ ହେବା ସମୟରେ ବିଜୁଳି ବା ବଜ୍ରାଘାତ ର ଶିକାର ହୋଇ ତଳେ ପଡ଼ିଯାଇ ଅଚେତ୍ ହୋଇଥିଲେ । ତୁରନ୍ତ ପରିବାର ଲୋକେ ଓ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତଖାନା ଆଣିଥିଲେ ।

ଡ଼ାକ୍ତରଖାନା ବହିର୍ବିଭାଗରେ କାର୍ଯ୍ୟରତ ଡ଼ାକ୍ତର ତଥା ମ୍ୟାଡ଼ିକାଲ ଅଫିସର କୃଷ୍ନଚନ୍ଦ୍ର ପାଲ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶ୍ରୀ ବେହେରା ଙ୍କ ଦୁଇଟି ଛୋଟ ସନ୍ତାନ ଥିବା ଓ ସେ ପରିବାର ର ମୂଖ୍ୟ ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏ ପୋଲିସ ତରଫରୁ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରି ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ସବିଶେଷ ତଦନ୍ତ କରାଯିବା ସୂଚନା ଦିଆ ଯାଇଛି ।