ଭଉଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କଲେ ଦୁଇ ସମ୍ପର୍କୀୟ ଭାଇ, ଜେଜେ ମା’ଙ୍କୁ ମଧ୍ୟ ଛାଡ଼ିଲେନି

0
137
ଭଉଣୀଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୋପାଲ, (୨୫/୦୮) : ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ ବର୍ଷୀୟ ଭଉଣୀଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ବାରମ୍ବାର ଦୁଷ୍କର୍ମ କରିବା ସହ ପ୍ରବଳ ମାଡ଼ ମାରିଛନ୍ତି । ଯାହାଦ୍ୱାରା ନାବାଳିକା ଜଣଙ୍କ ପ୍ରାଣ ହରାଇଛନ୍ତି । 

ସେହିପରି ଦୁଇ ଭାଇଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ଜେଜେ ମାଁ ଙ୍କୁ ମଧ୍ୟ ଦୁଷ୍କର୍ମ କରିଛି । ମଧ୍ୟପ୍ରଦେଶ ର ଜବଲପୁର ଅନ୍ତର୍ଗତ ରାଞ୍ଝି ଅଞ୍ଚଳରେ ଏପରି ଘଟଣା ଘଟିଛି । ନାବାଳିକା ଜଣଙ୍କ ତାଙ୍କ ବାପାଙ୍କ ସହ ମୁମ୍ବାଇରେ ରୁହନ୍ତି । ତେବେ ସେ ଅଗଷ୍ଟ ୧୧ ରେ ଜବଲପୁରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଅଗଷ୍ଟ ୧୩ ତାରିଖରୁ ତାଙ୍କ ସହ ନିର୍ଯାତନା ଆରମ୍ଭ ହୋଇଥିଲା । ନାବାଳିକା ଭଉଣୀଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ପ୍ରଥମେ ମାଡ଼ ଦୁଷ୍କର୍ମ କରିଥିଲେ । ଏହାପରେ ସମାନ ଆଚରଣ ପ୍ରଦର୍ଶନ କରି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ । ନାବାଳିକାଙ୍କ ସହ ସମ୍ପର୍କୀୟଙ୍କ ଘରକୁ ଆସିଥିବା ତାଙ୍କ ଜେଜେ ମାଁ ଙ୍କୁ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିଲା ।

ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରାଯିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଏଥିପାଇଁ ଅଗଷ୍ଟ ୧୯ ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ହସ୍ପିଟାଲରୁ ଶବକୁ ତୁରନ୍ତ ଆଣି ସମ୍ପର୍କୀୟମାନେ ଜବଲପୁରରେ ହିଁ ତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ ।

ତେବେ ମଙ୍ଗଳବାର ପୀଡ଼ିତାଙ୍କ ବାପା ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ଝିଅଙ୍କୁ ତା’ର ଦୁଇ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ । ଏକଥା ତାଙ୍କୁ ଝିଅ ସହ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ତାଙ୍କ ମାଁ କହିଛନ୍ତି । କାରଣ ତାଙ୍କ ମାଁ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କ ଦ୍ୱାରା ଦୁଷ୍କର୍ମ ର ଶିକାର ହୋଇଛନ୍ତି ।

ପିଡ଼ୀତାଙ୍କ ବାପାଙ୍କ ଅଭିଯୋଗ ପରେ ମଙ୍ଗଳବାର (ଅଗଷ୍ଟ ୨୩) ରେ ଅନ୍ତିମ ସଂସ୍କାର କରାଯାଇ ସାରିଥିବା ପୀଡ଼ିତାଙ୍କ ମୃତଦେହକୁ ଉଦ୍ଧାର କରିବାକୁ ପୁଲିସ ଚେଷ୍ଟା କରିଥିଲା । ସେହିପରି ତାଙ୍କ ଜେଜେ ମାଁ ଙ୍କ ମେଡିକାଲ ଟେଷ୍ଟ କରାଇଥିଲା । ମେଡିକାଲ ଟେଷ୍ଟରୁ ଜେଜେ ମାଁ ଦୁଷ୍କର୍ମ ର ଶିକାର ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା ।

ଏହାପରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି । ଆଉ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରୁଛି । ସେହିପରି ଅସୁସ୍ଥତା କାରଣରୁ ପୀଡ଼ିତା ଜଣଙ୍କ ଯେଉଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେଠାକାର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।