ଏକ ଘଣ୍ଟା ଭିତରେ ପାତାଳି ଜଳ ଯୋଗଣ ପ୍ରକଳ୍ପ ରୁ ପମ୍ପ ସେଟ ଚୋରି

0
156
ଏକ ଘଣ୍ଟା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୫/୦୮) : ଏକ ଘଣ୍ଟା ଭିତରେ ଗ୍ରାମ ଭିତରରେ ଥିବା ଜଳ ଯୋଗଣ ପ୍ରକଳ୍ପ ରୁ ପାଣି ମୋଟର ଚୋରି ଘଟଣା ଏବେ ଚହଳ ପକାଇଛି ।

ଘଟଣାଟି ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଡାପଡା ଗ୍ରାମରେ ଆଜି ସନ୍ଧ୍ୟା ୭ ଟା କୌଣସି କାରଣ ବଶତଃ ଏକ ଘଣ୍ଟା ବିଦ୍ୟୁତ ସେବା ବନ୍ଦ ଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ପ୍ରକଳ୍ପଟି ସୋଲାର ଜଳ ଯୋଗାଣ ହୋଇଥିବା ବେଳେ ଗ୍ରାମରେ ଜଳାଭାବ ହ୍ରାସ ପାଇଥିଲା କିନ୍ତୁ ଆଜି ହଠାତ ଏଭଳି ଦୃଶ୍ୟ ଗ୍ରାମବାସୀ ଙ୍କ ମନରେ ଆଶଙ୍କା ଗ୍ରାମ ର କୌଣସି ଦୁର୍ବୁତ୍ତ କିମ୍ବା ଜଣା ଶୁଣା କୌଣସି ଦୁର୍ବୁତ୍ତ ଗୋଷ୍ଠୀ ଏଭଳି କାର୍ଯ୍ୟ କରିଥିବା ସୂଚନା ଦେଇଛନ୍ତି ।

କାରଣ ଗାଁ ଭିତରେ ଏଭଳି ନ ଜାଣିବା ଲୋକ କାର୍ଯ୍ୟ କରିବା ସମ୍ଭବ ପର ନୁହେଁ ଏବଂ ଏହି କାର୍ଯ୍ୟ ବିଦ୍ୟୁତ ଯିବା ସମୟକୁ ଅପେକ୍ଷା କରି ଏକ ଗୋଷ୍ଠୀ ହୋଇ ଏହି ଚୋରି କାର୍ଯ୍ୟ ହୋଇଛି ଯାହାକି ପଞ୍ଚାୟତ କିମ୍ବା ଆଖ ପାଖରେ କେବେ ଏଭଳି ଚୋରି ଦେଖା ଦେଇନ ଥିଲା । ଏହି ଚୋରି ଘଟଣା ଦେଖି ସଙ୍ଗେ ସଙ୍ଗେ ଗ୍ରାମବାସୀ ଏକତ୍ରିତ ହୋଇ ଆସନ୍ତା କାଲି ଥାନାରେ ଏତଲା ଦେବାପାଇଁ ସର୍ବ ସମ୍ମତି କ୍ରମେ ବିଚାର କରିଥିବା ର ସୂଚନା ମିଳିଛି ।