ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

0
199
ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା, (୨୫/୦୮) : ଗୁରୁବାର ଦିନ ସ୍ଥାନୀୟ ଶ୍ରୀରାମ ନଗର (ସାଇ ପ୍ରିୟା ନଗର) ଅପରାହ୍ନ ଘ. ୪.୦୦ମି ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ତରଫରୁ ସରକାରଙ୍କ ର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଓ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ର ଉପାଦେୟତା ଓ କାର୍ଯ୍ୟଧାରା ସମ୍ପର୍କିତ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 08 26 at 6.52.46 AM ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡ଼ା ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନା ଓ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ନିରନ୍ତର ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ଏ.ବି.ଡି.ଓ, ରାୟଗଡ଼ା ଓ ଅତିରିକ୍ତ ତହସିଲଦାର, ରାୟଗଡ଼ା ଙ୍କ ସମେତ ପେନାଲ୍ ଓକିଲ ଶ୍ରୀ ସାମୁଏଲ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ସ୍ଥାୟୀ ନିରନ୍ତର ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା ନିଜ ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତ ର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଏଠାରେ ସମାଧାନ ହେଉଥିବା ବିଭିନ୍ନ ମୋକଦ୍ଦମା ଉପରେ ଆଲୋକପାତ କରିଥିଲେ । ଅନ୍ୟ ଅତିଥିମାନେ ସରକାରଙ୍କର ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଏଥି ସହିତ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତରେ ହେଉଥିବା ବିଭିନ୍ନ ଲୋକ ଉପଯୋଗୀ ସେବା ଉପରେ ଅଂଶଗ୍ରହଣକାରୀ ମାନଙ୍କୁ ଅବଗତ କରାଇଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦିକାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।