Friday, March 29, 2024

Top 5 This Week

Related Posts

ମୁନିଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୨୯/୮) : ରାୟଗଡ଼ା ଜିଲ୍ଲା ର ମୁନିଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ହୋଇଥିଲା ।WhatsApp Image 2022 08 30 at 9.12.54 AM ମୁନିଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଏହି ଅଭିଯୋଗ ଶୁଣାଣୀରେ ୭୫ ଜଣ ଅଭିଯୋଗ ଆସିଥିଲା ସେଥିରୁ ୩୯ ବ୍ୟକ୍ତିଗତ ହୋଇଥିବାବେଳେ ୧୮ ଜଣ ଗୋଷ୍ଠୀଗତ ଅଭିଯୋଗ ଶୁଣାଣୀ ହୋଇଥିଲା । ମୁନିଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦିଲ୍ଲୀପ କୁମାର ବେହେରା ଙ୍କ ନେତୃତ୍ୱରେ ଜିଲ୍ଲାପାଳ ସ୍ଵଧା ଦେବସିଂ ଙ୍କ ଉପସ୍ଥିତରେ ୫୭ ଜଣଙ୍କ ଅଭିଯୋଗ ଶୁଣାଣୀ ହୋଇଥିଲା ।

ଏହି ଜନ ଶୁଣାଣୀରେ ରାୟଗଡ଼ା ଜିଲ୍ଲା ର ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା, ଗୁଣୁପୁର ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ CDMO ଲାଲା ମୋହନ ରାଉତରାୟ, ସମସ୍ତ ସରକାରୀ ବିଭାଗୀୟ ଜିଲ୍ଲା ଅଧିକାରୀ ମାନେ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ମୁନିଗୁଡା ରାଜସ୍ୱ ଅଧିକାରୀ ଦେବାଶିଷ ଗୌଡ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସଞ୍ଜୟ କୁମାର, ଜିଲ୍ଲା ବନଖଣ୍ଡ ଅଧିକାରୀ ଆର କାଲାଇ ବାନାନ, ବନପାଳ ପ୍ରମଦିନି ମାଣ୍ଡାଙ୍ଗି, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଦୁଃଖିନୀ ନୁଡ୍ରୁକା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଆଦର୍ଶ କରକରିୟା, ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁ, ଅଭିଯୋଗ ଶୁଣାଣି ଉପସ୍ଥିତ ରହିଥିଲେ ଏବଂ ମୁନିଗୁଡା ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଏଥି ସହିତ ମାରଚେଣ୍ଟ ଆସୋସିଏସନ ତରଫୁର ଚିନ୍ତାମଣି ସାହୁ, ପ୍ରଭାତ ପାଣିଗ୍ରାହୀ, ତେଲେଙ୍ଗାପଦର ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ଅନଙ୍ଗ ନାଗ, ମୁନିଗୁଡା ର ମୁଖ୍ୟ ରାସ୍ତା ଘାଟ ବାଇପାସ୍ କୁ ରାସ୍ତା ପ୍ରଦୁଷଣ ସ୍ଥାୟୀ ବସଷ୍ଟାଣ୍ଡ ନଥିବା ସକାଶେ ମୁଖ୍ୟ ବସ୍ ଗାଡିଗୁଡା ଓ ଯାତ୍ରୀ ଯିବା ଆସିବା ବେଳେ ଟ୍ରାପିକ୍ ସମସ୍ୟା ନେଇ ଅସ୍ତାୟୀ ବସଷ୍ଟାଣ୍ଡ ନିର୍ମାଣ କରିବା ନିମେନ୍ତେ ଜିଲ୍ଲାପାଳଙ୍କ ଅଭିଯୋଗ କରିଥିଲେ ।

ଏହା ପରେ ଜିଲ୍ଲାପାଳ ସ୍ଵଧା ଦେବସିଂ ହ୍ୟୁଇଲଚେୟାର ଦିବ୍ୟାଙ୍ଗ ଙ୍କୁ ପ୍ରଦାନ କରିଥିଲେ ଆଉ ଅନ୍ୟ ରୋଗୀ ଜଣକୁ ରେଡେକ୍ରସ ତରଫୁର ଜିଲ୍ଲାପାଳଙ୍କ ଜରୀଆରେ ଚେକ୍ ମାଧ୍ୟମରେ ପ୍ରଦାନ କରିଥିବା ସୂଚନା ମିଳିଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ସାରିବା ପରେ ଜିଲ୍ଲାପାଳ କୁମୁଡାବାଲି 5T ହାଇସ୍କୁଲ ଅନୁଧ୍ୟାନ କରି ସାରିବା ପରେ ସିଙ୍ଗାରୀ ଗ୍ରାମ କୁ ଯାଇ ବିଭିନ୍ନ ସମସ୍ୟା ବୁଝି ନେଇଥିଲେ ।

Popular Articles