ଆଜି ଗଣେଶ ଚତୁର୍ଥୀ

0
107
ଆଜି ଗଣେଶ ଚତୁର୍ଥୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୦୮) : ଆଜି ଗଣେଶ ଚତୁର୍ଥୀ । ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନା ର ଦିନ । ଆଜିଠୁ ଆରମ୍ଭ ହେଉଛି ପାର୍ବଣ ।

ଆଜି ଗଣେଶ ଚତୁର୍ଥୀ ଅବସରରେ ସବୁଠି ଲାଗି ରହିଛି ଉତ୍ସବମୁଖର ପରିବେଶ । ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ପୂଜା ମଣ୍ଡପରେ ମହା ସମାରୋହରେ ଆୟୋଜିତ ହେଉଛି ଗଣେଶ ପୂଜା ।

ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ । ପ୍ରମୁଖ ସହରରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିଛି । ପୂଜା ପାଇଁ ବିଦ୍ୟାଳୟ ଗୁଡ଼ିକରେ ରଙ୍ଗୀନ ସାଜସଜ୍ଜା ହୋଇଛି ।

ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ ସହର । ସହର ସାରା ସୁଉଚ୍ଚ ତୋରଣ ସହ ଆକର୍ଷଣୀୟ ପୂଜା ପେଣ୍ଡାଲ ତ ଆଉ କେଉଁଠି ରାଷ୍ଟ୍ରପତି ଭବନ ରାଇସିନା ହିଲ୍ ପୁଣି କେଉଁଠି ବାରବାଟୀ ଷ୍ଟାଡିୟମ ର କ୍ଳକ୍ ଟାଓ୍ୱାର ଆଉ ଅମରନାଥ ମନ୍ଦିର ଏମିତି ଭଳିକି ଭଳି ତୋରଣ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ହୋଇଛି । କୋଭିଡ କଟକଣା ଯୋଗୁଁ ୨ ବର୍ଷ ଧରି ବନ୍ଦ ଥିବା ପୂଜା ଏଥର ବେଶ ଜାକଜମକରେ ପାଳନ କରାଯାଉଛି । ନିଜ ନିଜର ମଣ୍ଡପ ଓ ତୋରଣକୁ ସୁନ୍ଦର କରିବା ଲାଗି ପୂଜା କମିଟି ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଲାଗିଛି । ଚଳିତ ବର୍ଷ ସହରରେ କ୍ଳବ ଅନୁଷ୍ଠାନକୁ ମିଶାଇ ମୋଟ ୧୨୦୦ ମୂର୍ତ୍ତି ନିର୍ମାଣ ହୋଇଛି ।